fbpx

ଭୟଙ୍କର ସଡ଼କ ଦୁର୍ଘଟଣା: କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ

Advertisement

ଭୋପାଲ: ବର୍ତ୍ତମାନ ସମୁଦାୟ ମୃତ୍ୟୁସଂଖ୍ୟା ମଧ୍ୟରୁ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ହେଉଛି ସଡ଼କ ଦୁର୍ଘଟଣା । ସେହିପରି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ । ସାନୋଧା ଥାନା ଅଞ୍ଚଳରେ ଘଟିଥିବରା ଏହି ସଡ଼କ ଦୁର୍ଘଟଣାରେ କାର ଏବଂ ଟ୍ରକ ଭିତରେ ମୁହାଁମୁହିଁ ଧକ୍କା ହୋଇଛି । ତେବେ ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଯୋର୍ଗୁ ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁପରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳି ନଥିଲେ ହେଁ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଚିହ୍ନଟ କରି ଖୋଜିବାରେ ଲାଗିଛି ସ୍ଥାନୀୟ ପୋଲିସ । ଏହା ସହିତ ଦୁର୍ଘଟଣାର ତଦନ୍ତ କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.