fbpx
BJD SKY
BJD SKY

ସର୍ଭେରୁ ଖୁଲାସା : ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ହରର୍ ମୁଭି

BJD

ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଲା ଚଳଚ୍ଚିତ୍ର । କେତେକ ହରର ମୁଭି ଦେଖିବାକୁ ପସନ୍ଦ କରିଥାଆନ୍ତି । ଏହା ସିନା ମନକୁ ସାମୟିକ ଆନନ୍ଦ ଦେଇଥାଏ, ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି । ଆବଶ୍ୟକତାଠାରୁ ଅଧିକ ହରର ମୁଭି ଦେଖିଲେ, ତାହାର ପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ।

ଏଭଳି ମତବ୍ୟକ୍ତ କରିଛନ୍ତି ସିଓଲ ୟୁନିଭର୍ସିଟିର ବିଶେଷଜ୍ଞମାନେ । ନିୟମିତ ହରର ମୁଭି ଦେଖିଥିବା କେତେକ ବ୍ୟକ୍ତିଙ୍କୁ ଏହି ସର୍ଭେର ପରିସରଭୁକ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଏହାଦ୍ୱାରା ପ୍ରଭାବିତ ହେଉଥିବାର ଜଣାପଡ଼ିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ, ଏଭଳି ମୁଭି ଦେଖିବା ସମୟରେ ଅନେକ ଏକ ଲୟରେ ପରଦାକୁ ଚାହିଁ ରହିଥାଆନ୍ତି । ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଆଖିକୁ ବିଶ୍ରାମ ନ ମିଳିବାରୁ ଆଖିଡୋଳା ପ୍ରଭାବିତ ହୋଇଥାଏ । ତେଣୁ ହରର ମୁଭି ଦେଖିବା ବେଳେ ନିୟମିତ ସମୟ ଅନ୍ତରାଳରେ ଆଖି ପଲକ ପକାଇବା ଦରକାର । ଏହାଫଳରେ ଆଖିକୁ କିଛି ସମୟ ବିଶ୍ରାମ ମିଳିଥାଏ ।

Get real time updates directly on you device, subscribe now.