fbpx

୧୯୭୮ରେ ବନ୍ଦ ହୋଇଥିବା ଆବାସିକ ସ୍କୁଲ ପରିସରରୁ ମିଳିଲା ଶହ ଶହ ପିଲାଙ୍କ କଙ୍କାଳ!

ଟରଣ୍ଟୋ: କାନାଡ଼ାର ଏକ ଆବାସିକ ସ୍କୁଲ ପରିସରରୁ ୨୧୫ ଜଣ ପିଲାଙ୍କ ଦେହାବଶେଷ ମିଳିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଏନେଇ ଅବଗତ ହେବା ପରେ ଏହାକୁ ଏକ ହୃଦୟ ବିଦାରକ ଘଟଣା ବୋଲି ଅଭିହିତ କରିଛନ୍ତି । ସମସ୍ତ ମୃତକମାନେ ୧୯୭୮ରେ ବନ୍ଦ ହୋଇଯାଇଥିବା ବ୍ରିଟିଶ କଲମ୍ବିଆସ୍ଥିତ କାମଲୁପସ୍ ଇଣ୍ଡିଆନ୍ ରେସିଡେନ୍ସିଆଲ ସ୍କୁଲର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି ।

ଜଣେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସ୍ପେଶାଲିଷ୍ଟଙ୍କ ସହାୟତାରେ ପିଲାଙ୍କର ଦେହାବଶେଷ ଉଦ୍ଧାର କରାଯାଇଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ କିଛି ପିଲାଙ୍କ ବୟସ ୩ ବର୍ଷ ଥିବା ଜଣାପଡ଼ିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୮୪୦ ମସିହାରୁ ୧୯୯୦ ମଧ୍ୟରେ ଖ୍ରୀଷ୍ଟିଆନ ଗୀର୍ଜା ଦ୍ୱାରା ପରିଚାଳିତ ସ୍କୁଲରେ ଯୋଗଦେଇଥିବା ଦେଢ଼ ଲକ୍ଷ ପିଲା ଶାରୀରିକ ନିର୍ଯାତନ, ଦୁଷ୍କର୍ମ ଆଦିର ଶିକାର ହୋଇଥିଲେ । ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ୪୧୦୦ରୁ ଅଧିକ ପିଲା ମୃତ୍ୟୁବରଣ କରିଥିବା ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଥିଲା । ତେବେ ବର୍ତ୍ତମାନ ମିଳିଥିବା ୨୧୫ ପିଲାଙ୍କ କଙ୍କାଳ ଉକ୍ତ ୪୧୦୦ ପିଲାଙ୍କ ମଧ୍ୟରୁ କିଛି ହୋଇଥିବେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.