(Video) ପାରାଗ୍ଲାଇଡିଂ ସମୟରେ 820 ଫୁଟ ତଳକୁ ଖସିଲେ ଟ୍ରେନର, ଭାଇରାଲ ହେଉଛି ଛାତିଥରା ଭିଡିଓ

ନୂଆଦିଲ୍ଲୀ: ବ୍ରାଜିଲରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ବ୍ରାଜିଲର ସାଓ କାନରାଡୋରେ ସ୍କାଇଡ୍ରାଇଭିଂ ପ୍ରଶିକ୍ଷକ ଜୋସ ଡି ଏଲେନକରଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସମସ୍ତେ ଚକିତ ହୋଇପଡିଥିବା ବେଳେ ଦୁର୍ଘଟଣା ସମୟର ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । 820 ଫୁଟ ତଳକୁ ଖସି ତାଙ୍କର ମୃତ୍ୟୁ ହୋଇଛି । 49 ବର୍ଷୀୟ ସେନାର ଯୁବକ ପାରାଗ୍ଲାଇଡିଂର ପ୍ରୟାସ କରୁଥୁଲେ । ଏନେଇ ସେ ଏକ ପାହାଡ ଉପରେ ଉଡାଣ ଭରିବା ଆରମ୍ଭ କରିଥିଲେ । ତେବେ ପାରାସୁଟ ଲାଗିଥିବା ସତ୍ତ୍ବେ ମଧ୍ୟ ତାଙ୍କର ସନ୍ତୁଳନ ଠିକ୍ ରହିନଥିଲା । ସନ୍ତୁଳନ ବିଗିଡିବା କାରଣରୁ ସେ 820 ଫୁଟ ତଳକୁ ଖସି ପଡିଥିଲେ । ତେବେ ଏହି ସମୟର ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓରେ ଦେଖାଯାଇଛି ଯେ, ବ୍ୟକ୍ତିଜଣକ ଉଡାଣ ଭରିବା ସମୟରେ ଏକ ପାହାଡରେ ପିଟିହୋଇ ତଳକୁ ଖସିପଡିଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୁନିଶ୍ଚିତ କରାଯାଇଥିବା ବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ତେବେ ପୋଲିସ ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଟ କରିଛି ଯେ, ଉପକରଣ ଖରାପ ହେବା କାରଣରୁ ସେ ଉଡାଣ ଭରିପାରି ନଥିଲେ । ଫଳରେ ପାହାଡକୁ ଖସିବାରୁ ତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିଲା । ତେବେ ଏକ ସୁତ୍ରରୁ ଜଣାପଡିଛି ଯେ, ପାଇଲଟ ଉଡାଣ ଭରିବା ପାଇଁ ରୋପର ବ୍ୟବହାର କରିନଥିଲେ । ସେ ଉଡାଣ ଭରିବା ପାଇଁ ବିପଦପୂର୍ଣ୍ଣ ସ୍ଥାନ ବାଛିଥିଲେ । ଏହି ଅଞ୍ଚଳ ନିଷେଧ ରହିଥିଲା, ତେଣୁ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି ।