AI Chips, ଆସନ୍ତାବର୍ଷ ମହଙ୍ଗା ହେବ ସ୍ମାର୍ଟଫୋନ୍

ଭୁବନେଶ୍ବର:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍ମାର୍ଟଫୋନ ଦର । ତେବେ ଆସନ୍ତାବର୍ଷ ଆହରୁ ମହଙ୍ଗା ହୋଇପାରେ ବୋଲି ଆକଳନ କରାଯାଇଛି।  ତେବେ ବ୍ୟବହାରକାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫୋନରେ ଏଆଇର ବ୍ୟବହାର ହେଉଛି । 4ଜିରୁ 5ଜି ଏବଂ ଏଆଇ ଫିଚର କାରଣରୁ ଆସନ୍ତା ବର୍ଷ ସ୍ମାର୍ଟଫୋନ ଦାମ୍ ଆହୁରି ବଢିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଫୋନର ହାରାହାରି ମୂଲ୍ୟ 3 ପ୍ରତିଶତ ବୃଦ୍ଧି ପାଇଛି ।

ତେବେ 2025 ରେ ଏଥିରେ ଆଉ 5 ପ୍ରତିଶତ ବୃଦ୍ଧି ଘଟିବା ନେଇ ଆକଳନ କରାଯାଇଛି । ତେବେ ଉପଭୋକ୍ତାମାନେ ଅତ୍ୟାଧୁନିକ ଫିଚର ଏବଂ କୃତ୍ରିମ ବୁଦ୍ଧିମତା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏହି କାରଣରୁ ଫୋନର ନିର୍ମାଣ ଖର୍ଚ୍ଚ ବଢିବ । ଯାହାକି ବଜାର ମୂଲ୍ୟ ଉପରେ ପ୍ରତିଫଳିତ ହେବ । ତେବେ ଜେନଆଇ ସକ୍ରିୟ କରିବା ପାଇଁ କ୍ବାଲକଂ ଏବଂ ମିଡିଆଟେକ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏସଓସିଗୁଡିକ ଅଧିକ ଶକ୍ତିଶାଳୀ ହେବା ସହିତ ବ୍ୟୟସାପେକ୍ଷ ମଧ୍ୟ ହେବ । ଉପଭୋକ୍ତାମାନଙ୍କର ସ୍ମାର୍ଟଫୋନର ଚାହିଦା ବୃଦ୍ଧି ପାଉଥିବା ବେଳେ ବଜାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେବେ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡିବ ।