fbpx

ଲଞ୍ଚ ହେଲା Samsungର ବଜେଟ 5G ସ୍ମାର୍ଟଫୋନ: ରହିଛି 8 GB RAM ଏବଂ ଦମଦାର ପ୍ରୋସେସର

ସାମସଙ୍ଗ ଏହାର M ସିରିଜର ପ୍ରଥମ 5G ଫୋନ Galaxy M 42 5G ଲଞ୍ଚ କରିଛି । ଏହି ଫୋନ ୨୧,୯୯୯ ରୁ ଆରମ୍ଭ ହୋଇଛି । ଯାହା ଏହାର 6GB ଏବଂ 128 GB ଭ୍ୟାରିଏଣ୍ଟର ଦାମ । ଏହାର 8 GB ଏବଂ 128GB ଜିବି ଷ୍ଟୋରେଜର ଦାମ ରହିଛି ୨୩,୯୯୯ । ମାତ୍ର କଂପାନୀ ଲଞ୍ଚ ଅଫରରେ ଏହାର ଦାମ ୧୯,୯୯୯ ଏବଂ ୨୧,୯୯୯ ଟଙ୍କା ରଖିଛି । କଂପାନୀ ଏହାର ଟ୍ୟାଗ ଲାଇନ ‘Fastest Monster’ ରଖିଛି । ଏହାର ସବୁଠୁ ଖାସ କଥା ହେଉଛି ଏହାର ପ୍ରୋସେସର ଏବଂ ଡିସପ୍ଲେ ।

ଏହି ଫୋନର ପ୍ରଥମ ସେଲ ମେ’୧ରୁ ଆମଜନରେ ଆରମ୍ଭ ହେବାକୁ ଯାଉଛି । ତେବେ HDFC Card ଦ୍ୱାରା ପେମେଣ୍ଟ କଲେ ଆପଣଙ୍କୁ 2,000 ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ ।

ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ:

ଏହି ଫୋନରେ 6.6 inchର HD+ infinity U ଡିସପ୍ଲେ ସହିତ ଆସିବ । ପ୍ରୋସେସର କହିଲେ ଏଥିରେ Qualcomm Snapdragon 750G Octacore ପ୍ରୋସେସର ଦିଆଯାଇଛି । ଏଥିରେ Blazing Fast LPDDR4x 8GB RAM ସହ ଲଞ୍ଚ କରାଯାଇଛି ।

ଏହି ଫୋନ Know Security ସହିତ ରହିଛି । ଏଥିରେ 48 MPର କ୍ୱାଡ କ୍ୟାମେରା ସେଟଅପ ରହିଛି । ଏହାର ପ୍ରାଇମେରୀ କ୍ୟାମେରା 48 MPର ରହିଥିବାବେଳେ ଏଥିରେ 8 MPର ଅଲଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା, 5MPର ମାକ୍ରୋ କ୍ୟାମେରା ଏବଂ 5MPର Depth ସେନ୍ସର ରହିଛି । ଫୋନରେ ସେଲ୍ଫି ପାଇଁ  20 MPର ଫ୍ରଣ୍ଟ କ୍ୟାମେରା ରହିଛି ।

Get real time updates directly on you device, subscribe now.