fbpx

କେବଳ ଫୁସଫୁସ ନୁହେଁ, ବ୍ରେନକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ଧୂମପାନ: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ଧୂମପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ସମସ୍ତେ ଜାଣନ୍ତି, ତଥାପି ଏକ ବହୁତ ଲୋକ ଧୂମପାନ କରୁଛନ୍ତି । ମହିଳାମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଲୋକମାନେ ଜାଣନ୍ତି ଯେ ଧୂମପାନ ଲଙ୍ଗ କ୍ୟାନ୍ସର, ହାର୍ଟ ରୋଗ ହୋଇଥାଏ, କିନ୍ତୁ ଆପଣ ଜାଣନ୍ତି କି ଧୂମପାନ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏହି ଦାବି କରାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ ଧୂମପାନ କରନ୍ତି ସେମାନଙ୍କ ବ୍ରେନ୍ ଫଙ୍କସନ୍ ଉପରେ ଗମ୍ଭୀର ପ୍ରଭାବ ପଡିଥାଏ ।

ଦି ଲାନସେଟ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ଧୂମପାନକାରୀଙ୍କଠାରେ ଧୂମପାନ କରୁନଥିବା ଲୋକଙ୍କ ତୁଳନାରେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ରିସର୍ଚ୍ଚ ପାଇଁ ଅନୁସନ୍ଧାନକାରୀମାନେ ବାୟୋବ୍ୟାଙ୍କ ଲୋକଙ୍କ ମସ୍ତିଷ୍କ ସ୍କାନ କରିଥିଲେ । ଅନୁସନ୍ଧାନରେ ଲୋକଙ୍କୁ ସେମାନଙ୍କର ଧୂମପାନ ଢ଼ାଞ୍ଚା ବିଷୟରେ ଅବଗତ କରାଯାଇଥିଲା । ଯେଉଁମାନେ ପ୍ରତିଦିନ ଧୂମପାନ କରୁଥିଲେ ସେମାନଙ୍କ ମଧ୍ୟରେ କେତେକଙ୍କଠାରେ ସ୍ନାୟୁଗତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । ଅଧ୍ୟୟନ ସମୟରେ ଲୋକଙ୍କ ଏମଆରଆଇ କରାଯାଇଥିଲା । ଯେଉଁଥିରେ ଏହା ଜଣାପଡିଛି ଯେ, ଧୂମପାନ ନ କରୁଥିବା ଲୋକଙ୍କ ବ୍ରେନ୍ ଫଙ୍କସନ୍ ବହୁତ ଭଲ । ଯେଉଁଠାରେ ଧୂମପାନକାରୀଙ୍କଠାରେ ସେରେବ୍ରାଲ୍ ଆଟ୍ରୋଫି ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।

ସେରେବ୍ରାଲ୍ ଆଟ୍ରୋଫି ବିପଦଜନକ :-
ସେରେବ୍ରାଲ୍ ଆଟ୍ରୋଫି ଯୋଗୁଁ ଶରୀରରେ ଥିବା ମାଂସପେଶୀ ସଂକୀର୍ଣ୍ଣ ହେବାକୁ ଲାଗେ । ରୋଗୀ ଦ୍ୱନ୍ଦ୍ୱରେ ରୁହନ୍ତି ଏବଂ କିଛି ଲୋକଙ୍କଠାରେ ଅଲଜାଇମର ରୋଗ ହେବାର ଆଶଙ୍କା ରହିଛି । ଏହି କାରଣରୁ ସ୍ମୃତିଶକ୍ତି ଦୁର୍ବଳ ହୋଇପାରେ । ଏହି ସମସ୍ୟା ଅଳ୍ପ ବୟସରେ ମଧ୍ୟ ହୋଇପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପ୍ରତିଦିନ ଧୂମପାନ କରିବା ଅଧିକ ବିପଜ୍ଜନକ । ଆପଣ କେତେ ଧୂମପାନ କରୁଛନ୍ତି ତାହା ଉପରେ ମଧ୍ୟ ଏହା ନିର୍ଭର କରେ । ବୟସ ବଢ଼ିବା ସହିତ ଯଦି ଧୂମପାନ ନକମେ, ତେବେ ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରିବାର ଆଶଙ୍କା ବଢ଼ିବ । ସେଥିପାଇଁ ଧୀରେ ଧୀରେ ଧୂମପାନ ଛାଡିବାକୁ ଚେଷ୍ଟା କରିବା ଉଚିତ୍ ।

ଏହିପରି ଆପଣ ଧୂମପାନ ଛାଡି ପାରିବେ :-
-ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
-ମେଣ୍ଟ ଖାଆନ୍ତୁ ।
-ଆପଣଙ୍କ ଚାରିପାଖରେ ଧୂମପାନକାରୀଙ୍କଠାରୁ ଦୂରରେ ରୁହନ୍ତୁ ।
-ନିକୋଟିନ୍ ଥେରାପି ନେଇପାରନ୍ତି ।

Get real time updates directly on you device, subscribe now.