fbpx

ମନ୍ଧାନାଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଚମକିଲେ ଓଡ଼ିଆ ଝିଅ ସ୍ୱାଗତିକା: ରେଲୱେଜକୁ ସିନିୟର ମହିଳା ଟି-୨୦ ଟାଇଟଲ୍

ନୂଆଦିଲ୍ଳୀ: ସିନିୟର ଜାତୀୟ ଟି-୨୦ ଲିଗରେ ଦମଦାର ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଝିଅ ସ୍ୱାଗତିକା ରଥ । ସ୍ୱାଗତିକାର ରଥଙ୍କ ଦମଦାର ବୋଲିଂ ସହିତ ମେଘନା ଏବଂ ହେମଲତାଙ୍କ ଅର୍ଦ୍ଧଶତକ ବଳରେ ମହାରାଷ୍ଟ୍ରକୁ ୭ ୱିକେଟରେ ପରାସ୍ତ କରିବା ସହିତ ସିନିୟର ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଛି ରେଲୱେଜ୍ । ମହାରାଷ୍ଟ୍ର ଅଧିନାୟିକା ସ୍ମୃତି ମନ୍ଧାନା ୮୪ ରନ୍ କରିଥିବା ବେଳେ ଓଡ଼ିଆ ଝିଅ ସ୍ୱାଗତିକା ରଥ ୩ ୱିକେଟ ଅକ୍ତିଆର କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମହାରାଷ୍ଟ୍ର ମନ୍ଧାନାଙ୍କ ଅର୍ଦ୍ଧଶତକ ସହିତ ୪ୱିକେଟ ହରାଇ ୧୬୦ ରନ୍ କରିଥିଲେ । ମନ୍ଧାନା ୫୬ ବଲ ଖେଳି ୧୧ ଚୌକା ଓ ୩ ଛକା ସହିତ ୮୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପ୍ନର ଏସ୍ ଏସ୍ ସିନ୍ଦେ ୩୦ ରନ କରିଥିଲେ । ସ୍ୱାଗତିକା ୪ ଓଭରରେ ୩୩ ରନ ବ୍ୟୟ କରି ୩ୱିକେଟ୍ ଅକ୍ତିଆର କରିଥିଲେ ।

୧୬୧ ରନ୍ ଲକ୍ଷ୍ୟର ପିଛା କରୁଥିବା ରେଲୱେଜ୍ ୧୧ବଲ୍ ପୂର୍ବରୁ ବିଜୟ ହାସଲ କରି ନେଇଥିଲା । ମେଘନା ସିଂ ଏବଂ ଡାୟଲାନ ହେମଲତା ଅର୍ଦ୍ଧଶତକ ହାସଲ କରିବା ସହିତ ଦଳକୁ ବିଜୟୀ କରାଇଥିଲେ । ମେଘନା ୩୨ ବଲ୍ ଖେଳି ୯ ଚୌକା ସହିତ ୫୨ ରନ୍ ସଂଗ୍ରହ କରିଥିବା ବେଳେ ହେମଲତା ୪୧ ବଲ ଖେଳି ୬୫ ରନ କରିଥିଲେ । ହେମଲତାଙ୍କ ଇନିଂସରେ ୯ ଚୌକା ଓ ୨ ଛକା ସାମିଲ ଥିଲା ।

Get real time updates directly on you device, subscribe now.