fbpx

ଏହା କେମିତି ସମ୍ଭବ: ୧୫ ଦିନ ମଧ୍ୟରେ ଜଣେ ବାଳକକୁ ୩ ଥର କାମୁଡ଼ିଲା ଏକ ବିଷଧର ସାପ, ତଥାପି ବାଳକଟି ସୁସ୍ଥ ହୋଇ ବୁଲୁଛି

ନୂଆଦିଲ୍ଲୀ: ଆମ ସମାଜରେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ ଅନ୍ୟମାନଙ୍କ ଅପେକ୍ଷା ବ୍ୟତିକ୍ରମ ଥାଆନ୍ତି । ତେବେ ଏପରି ଏକ ଅଦ୍ଭୂତ ବାଳକର ସନ୍ଧାନ ମିଳିଛି ବିହାରର ଔରଙ୍ଗାବାଦ ଜିଲ୍ଲାରୁ । ଜଣେ ୧୨ ବର୍ଷୀୟ ବାଳକକୁ ସାପ ୧୫ ଦିନ ମଧ୍ୟରେ ୩ ଥର କାମୁଡ଼ିଥିଲା । ମାତ୍ର ପ୍ରତ୍ୟେକ ଥର ବାଳକଟି ଠିକ୍ ହୋଇଯାଇଥିଲା । ଏହି ଘଟଣା ଜାଣିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଘଟଣାଟି ମୁଫାଫିସଲ ଥାନା ଅଞ୍ଚଳର ବିଜୋଇ ଗ୍ରାମରେ ଦେଖିବାକୁ ମିଳିଛି । ବାଳକର ଦାଦା କହିଛନ୍ତି ଗତ ଦୁଇ ତାରିଖରେ ଘରୁ ବାହାରକୁ ଯାଇଥିବା ବେଳେ ଏକ ବିଷଧର ସାପ ତାଙ୍କ ପୁତୁରା ନିରଜଙ୍କୁ କାମୁଡ଼ି ଦେଇଥିଲା । ଏହାପରେ ନିରଜଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା ଓ ସେ ଦୁଇ ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଏହାପରେ ସାପଟି ନିରଜଙ୍କୁ ଦ୍ୱିତୀୟ ଥର କାମୁଡ଼ିଥିଲା ଓ ସେ ମଧ୍ୟ ଠିକ୍ ହୋଇଯାଇଥିଲେ । ଗତ ୧୩ ତାରିଖରେ ସାପଟି ନିରଜଙ୍କୁ ତୃତୀୟ ଥର କାମୁଡ଼ିଥିଲା ଓ ସେ ସୁସ୍ଥ ହୋଇଯାଇଥିଲେ । ତେବେ ସାପ ବାରମ୍ବାର କାମୁଡ଼ିବାରୁ ନିରଜଙ୍କ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ ଓ ନିରଜଙ୍କୁ ତାଙ୍କ ମାଉସୀଙ୍କ ଘରକୁ ପଠାଇ ଦେଇଥିଲେ । ଏକ ବାଳକକୁ ସାପ ବାରମ୍ବାର କାମୁଡ଼ିବା ଓ ସେ ସୁସ୍ଥ ଲାଭ କରିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.