fbpx

ବୋତଲ ଭିତରେ ଛଡ଼ାଯିବ ଜୀଅନ୍ତା ସାପ: ‘Snake Wine’ ପିଇଲେ କାମଶକ୍ତି ବଢ଼ିବ, କେଶ ଝଡ଼ିବା ଓ କୁଣ୍ଠରୋଗ ଦୂର ହୋଇଯିବ

ନୂଆଦିଲ୍ଲୀ: ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ମଦ ମିଳୁଥିବା ବେଳେ ଗ୍ରାହକଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା ରହିଥାଏ । କିଏ ହ୍ୱିସକି ପିଇବାକୁ ପସନ୍ଦ କରିଥାଏ ତ ଆଉ କେହି କେହି ଭୋଡ଼କା ଓ ୱାଇନ ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଆପଣମାନେ କେବେ ସାପରୁ ପ୍ରସ୍ତୁତ ମଦ ପିଇଛନ୍ତି କି? ‘ସ୍ନେକ ୱାଇନ’ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଜୀବନ୍ତା ବା ମଲା ସାପକୁ ବୋତଲ ଭିତରେ ଛାଡ଼ି ଦିଆଯାଇଥିଲା । ଏହି ମଦକୁ ବିଭିନ୍ନ ପ୍ରକାରର ଚିକିତ୍ସା ପାଇଁ ଉପଯୋଗ କରାଯାଏ ।

ତେବେ ସ୍ନେକ ୱାଇନ ଚୀନରେ ପ୍ରସ୍ତୁତ କରଯାଇଥାଏ । ଏହାଛଡ଼ା, ଦକ୍ଷିଣ-ପୂର୍ବ ଏସିଆ, ଉତ୍ତର କୋରିଆ, ଥାଇଲାଣ୍ଡ, ଭିଏତନାମ, ଜାପାନ ଓ କମ୍ବୋଡ଼ିଆରେ ମଧ୍ୟ ତିଆରି କରାଯାଇଥାଏ । ଏହି ମଦକୁ କେଶ ଝଡ଼ିବା, କୁଣ୍ଠରୋଗ, ଅତ୍ୟଧିକ ଝାଳ ବୋହିବା ଓ ଚର୍ମରୋଗ କରି ବହୁ ଭୟଙ୍କର ରୋଗର ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ଭିଏତନାମରେ ସାପକୁ ଗରମ ଓ ମର୍ଦାନଗୀର ପ୍ରତୀକ ଭାବେ ଗ୍ରହଣ କରାଯାଏ । ସେଠାରେ ଏହି ମଦ ବେଶ ଲୋକପ୍ରିୟ ହୋଇଥିବା ବେଳେ ଏହାକୁ ଶକ୍ତିଶାଳୀ କାମୋତ୍ତେଜନକ ଭାବେ ବ୍ୟବହାର କରାଯାଇଥାଏ ।

ଗୋଟିଏ ଜୀଅନ୍ତା ବା ମଲା ସାପକୁ ପ୍ରଥମେ ଏକ ବୋତଲରେ ରଖି ସେଥିରେ ଚାଉଳ, ଗହମ ବା ଅନ୍ୟ ଶସ୍ୟ ମିଶାଯାଇଥାଏ । ଏହାପରେ ବୋତଲକୁ ମାସ ମାସ ଧରି ଛାଡ଼ି ଦିଆଯାଇଥାଏ । ପରେ ସେଥିରେ ଫର୍ମାଲଡିହାଇଡ ମିଶାଯାଇଥାଏ । ତେବେ ସାପର ବିଷ ନଷ୍ଟ ହେବା ପାଇଁ ସେଥିରେ ଇଥାନଲ ମିଶାଯାଇଥାଏ । ତେବେ ଏହି ମଦ ପିଇବା କେତେ ସୁରକ୍ଷିତ ତାହା ଏକ ବଡ଼ ପ୍ରଶ୍ନ । ଏହାକୁ ପିଇବା ଭୟଙ୍କର ହୋଇପାରେ ବୋଲି ଏହାକୁ ନେଇ ମଧ୍ୟ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.