CHARIDHAM

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା, ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ, ୫/୬(ଓଡିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଛନ୍ତି। ବିଳମ୍ଵ ରାତିରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ନିିତୀ ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

କିନ୍ତୁ ଚଳିତବର୍ଷ ଇତିହାସରେ ପ୍ରଥମ, ବିନା ଭକ୍ତରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା। ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କ ଜଳଲାଗି ସ୍ନାନନୀତି ଆରମ୍ଭ ହେବ ବୋଲି ସୂଚନା ରହିଛି।