ବିକୃତ ମାନସିକତା! ମୁହଁ ନୁହେଁ କି ଦେହ ନୁହେଁ, ମହିଳାଙ୍କୁ ମାଗୁଥିଲା ପାଦର ଫଟୋ, ଯୁବକ ଗିରଫ
ଯୁବତୀମାନଙ୍କୁ ଏଭଳି ଫଟୋ କାହିଁକି ମାଗୁଥିଲା ଏହି ଯୁବକ, ଗିରଫ ପରେ ଖୋଲିଗଲା ସବୁ ଗୁମର
ନୂଆଦିଲ୍ଲୀ: ସାଇବର କ୍ରାଇମର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ହାଥରସର ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ସୋସିଆଲ ମିଡିଆ ସ୍ନାପଚାଟରେ ମହିଳାମାନଙ୍କ ସହ ସାଙ୍ଗ ହେଉଥିଲା। ଏହାପରେ ସେ ମହିଳାମାନଙ୍କ ପାଦର ଫଟୋ ମାଗୁଥିଲା। ଫଟୋ ନ ପଠାଇଲେ ବ୍ଲାକମେଲ କରୁଥିଲା।
ସୂଚନାନୁଯାୟୀ, ଏହି ମାମଲା ସେବେ ସାମ୍ନାକୁ ଆସିଲା। ଯେବେ ହାଥରସର ଜଣେ ଯୁବତୀ ସାଇବର କ୍ରାଇମ ଥାନାରେ ଏତଲା ଦେଇଥିଲେ। ସେ ଅଭିଯୋଗରେ ଏହା ଥିଲା ଯେ, ଏହି ବ୍ୟକ୍ତିଜଣକ ତାଙ୍କୁ ସ୍ନାପଚାଟରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ।
ଆରମ୍ଭରୁ ସେ ଠିକ୍ ଠାକ୍ କଥା ହେଉଥିଲେ, ହେଲେ କିଛିଦିନ ପରେ ସେ ଅଶ୍ଳୀଳ ମେସେଜ କରିବା ଆରମ୍ଭ କରିଦେଇଥିଲେ। ପରେ ସେହି ଯୁବତୀଙ୍କୁ ପାଦର ଫଟୋ ମାଗୁଥିଲା।
ଏମିତି କରୁଥିଲେ ବ୍ଲାକମେଲ: ଯେତେବେଳେ ଯୁବତୀ ଏହି କଥାକୁ ବିରୋଧ କରିଥିଲେ, ବ୍ୟକ୍ତି ଜଣକ ତାଙ୍କୁ ଧମକ ଦେଇଥିଲା ଯେ, ଯଦି ସେ ପାଦର ଫଟୋ ନ ଦିଅନ୍ତି ତେବେ ତାଙ୍କ ଚାଟ୍ ସାର୍ବଜନୀନ କରିଦେବ। ଏଥିସହ ଟଙ୍କାର ଲୋଭ ମଧ୍ୟ ଦେଇଥିଲା।
ଏହି ଅଭିଯୋଗ ପାଇବା ପରେ ସାଇବର କ୍ରାଇମ ଟିମ୍ ସକ୍ରିୟ ହୋଇଥିଲା। ପୋଲିସ ଟେକ୍ନିକାଲ ଇଣ୍ଟେଲିଜେନ୍ସର ସାହାଯ୍ୟରେ ଅଭିଯୁକ୍ତର ଲୋକେସନ ଟ୍ରାକ କରିଥିଲେ।
ଧରାପଡିଲା ଅଭିଯୁକ୍ତ: ଏହାପରେ ଜଣାପଡିଥିଲା ଯେ, ସେହି ଅଭିଯୁକ୍ତ ଆଲିଗଢରେ ରହେ ଏବଂ ତା’ ନାମ ଦୀପକ ଶର୍ମା। ଯେତେବେଳେ ପୋଲିସ ଅଭିଯୁକ୍ତର ଫୋନ ଚେକ କଲେ, ସେତେବେଳେ ଦେଖିବାକୁ ମିଳିଥିଲା, ସେ ତା’ ଫୋନରେ ୧୦୦୦ରୁ ଅଧିକ ମହିଳାଙ୍କ ପାଦର ଫଟୋ ରଖିଛି।
ପୋଲିସ ଯାଞ୍ଚ ସମୟରେ ଏହି ଖୁଲାସା କରିଛି ଯେ, ଦୀପକକୁ ମହିଳାମାନଙ୍କ ପାଦ ଦେଖିବାର ଏକ ମାନସିକ ବିକୃତି ରହିଛି। ଦୀପକ ଶର୍ମାଙ୍କ ବିରୋଧରେ ସାଇବର କ୍ରାଇମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।