ସଂରକ୍ଷଣ ନେଇ ସାମାଜିକ ନ୍ୟାୟ ସାମ୍ମୁଖ୍ୟର ଆଲୋଚନା ଚକ୍ର, ଯୋଗ ଦେଲେ ଅରୁଣ ସାହୁ

ଭୁବନେଶ୍ବର: ସାମାଜିକ ନ୍ୟାୟ ସାମ୍ମୁଖ୍ୟ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଗୁରୁବାର “ଜାତିପ୍ରଥା ଓ ସଂରକ୍ଷଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦୀର୍ଘ ଅଭିଭାଷଣ ରଖିଥିଲେ । ସାମ୍ମୁଖ୍ୟର ଆବାହକ ଚିଦାନନ୍ଦ ଜେନା ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଓଡିଶାର ସଂରକ୍ଷଣ ସ୍ଥିତି ନେଇ ଆଲୋଚନା କରିଥିଲେ ।

ସେହିପରି ସାମ୍ମୁଖ୍ରର ଅନ୍ୟତମ ଉଦେଦେଷ୍ଟା ଓଡିଶାରେ ସଂରକ୍ଷଣ ସଂପର୍କିତ ଆନ୍ଦୋଳନ, ମଣ୍ଡଳ କମିଶନ୍‌ ରାଜ୍ୟରେ ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ନୀତି ନେଇ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ନ୍ୟାୟ ଆନ୍ଦୋଳନ ବର୍ଷିୟାନ ବ୍ୟକ୍ତିତ୍ୱ ପଂଚାନନ ପ୍ରଧାନ, ବହୁଜନ ସାହିତ୍ୟକାର ଅଭିରାମ ମଲ୍ଲିକ ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ସାମ୍ମୁଖ୍ୟର ଅଭ୍ୟର୍ଥନା କମିଟି ମୁଖ୍ୟ ବଦ୍ରି ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳାନାରେ ଶୋଭେନ ବିଶ୍ୱାଳ, ପ୍ରଦୀପ ଧିଣ୍ଡିଆ, ସତ୍ୟପ୍ରଜ୍ଞ ଗୌଡ, ଶୁଭମ ସାହୁ, ଆଶିଷ କୁମାର ରାଉତ ସହଯୋଗ କରିଥିଲେ ।
ରାଜ୍ୟର ସଂରକ୍ଷଣ ସ୍ଥିତି ନେଇ ଆଲୋଚନା- ସଂରକ୍ଷଣ ଠିକ୍‌ ଢଙ୍ଗରେ ଲାଗୁ ହେଲେ ତାହାର ସୁଦୂର ପ୍ରସାରୀ ସଫଳ ମିଳିପାରିବ । ଅଧା ତଥା ଆଶିଂକ ସଂରକ୍ଷଣ ଦ୍ୱାରା ଦୀର୍ଘ ମିଆଦୀ ଲକ୍ଷ୍ୟ ହାସଲ ହୋଇ ପାରିବ ନାହିଁ ।

ଏହି କ୍ରମରେ ଉଚ୍ଚଶିକ୍ଷାରେ ରାଜ୍ୟ ସରକାର ଘୋଷଣା ସଂରକ୍ଷଣ ନାମରେ ଏକ ମିଠା ଛଳନା କରିଛନ୍ତି । ଉଚ୍ଚଶିକ୍ଷାରେ ଘୋଷଣା କରାଯାଇଥିବା ସଂରକ୍ଷଣ ସ୍ନାତକ, ସ୍ନାତକୋତର, ଉଚ୍ଚଶିକ୍ଷା ଅଧିନରେ ଆସୁଥିବା ଅନୁଷ୍ଠାନଗୁଡିକରେ ଲାଗୁହେବ । ସାଧାରଣ ଭାବେ ଏହି ସବୁ ଅନୁଷ୍ଠାନରେ ବହୁତ ସିଟ୍‌ ଖାଲିପଡୁଛି ।
ସମସ୍ତ ପ୍ରକାର ଶିକ୍ଷାରେ ପଛୁଆବର୍ଗଙ୍କୁ ସର୍ବନିମ୍ନ ୨୭% ସଂରକ୍ଷଣ ପ୍ରଦାନ କରାଯାଉ । ଅନୁରୂପ ଭାବେ ନିଯୁକ୍ତିରେ ମଧ୍ୟ ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ଲାଗୁ କରାଯାଉ ।
ସରକାରୀ ନିଯୁକ୍ତି ସଂକୁଚିତ ହେଉଛି । ତେଣୁ ବେସରକାରୀ ସ୍ତରରେ ସଂରକ୍ଷଣ ନେଇ ବିତର୍କ ହେବା ଜରୁରୀ ବୋଲି କୁହାଯାଇଛି ।

୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି । ଅପରପକ୍ଷରେ ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗ (ଓବିସି/ଏସଇବିସି), ଅନୁସୂଚିତ ଜାତି (ଏସଟି) ଏବଂ ଅନୁସୂଚିତ ଜନଜାତି (ଏସଟି) ଛାତ୍ର ଛାତ୍ରୀ ପୂର୍ବ ବର୍ଷ ଗୁଡ଼ିକ ଭଳି ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣରୁ ବଂଚିତ ହେବାକୁ ଯାଉଛନ୍ତି ।

ମେଡିକାଲ ଓ ଇଞ୍ଜିନିୟରିଙ୍ଗ ରେ ପଛୁଆ ବର୍ଗ ଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ଅନୁରୂପ ଭାବେ ସଂଖ୍ୟାନୁପାତରେ ଏସଟି, ଏସସିଙ୍କୁ ସଂରକ୍ଷଣ ମିଳୁ ନାହିଁ । ଏହା ସମ୍ବିଧାନର ଧାରା ୧୫(୪), ୧୫(୫), ଏବଂ ୧୬(୪) ଅନୁଯାୟୀ ବାଧ୍ୟତାମୂଳକ ସଂରକ୍ଷଣ ନିୟମର କ୍ରମାଗତ ଅବହେଳା କରାଯାଉଛି । ଏହା ଶ୍ରେଣୀ ବିଭକ୍ତ ସମାଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ  ସାମ୍ବିଧାନିକ ନୈତିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶିକ୍ଷାରେ ପଛୁଆବର୍ଗ ସଂରକ୍ଷଣ ଲାଗୁ ନ ହେବା କାରଣରୁ ରାଜ୍ୟର ପ୍ରାୟ ୭୦୦୦ ରୁ ଅଧିକ  ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଅନୁରୂପ ଭାବେ ଚାକିରୀରେ ପୂର୍ଣ୍ଣାଙ୍ଗ 27% ସଂରକ୍ଷଣ ନଥିବାରୁ ୫୦,୦୦୦ରୁ ଅଧିକ ଚାକିରି ସୁଯୋଗ ପଛୁଆବର୍ଗର ଯୁବକଯୁବତୀ ହରାଇଛନ୍ତି।

ଅନୁରୂପ ଭାବେ ରାଜ୍ୟ ମୋଟ ଜଣସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଏସସି ଏବଂ ଏସଟି ଯାହାକି ଜାତୀୟ ହାର ତୁଳନାରେ  ଅଧିକ। ଭାରତୀୟ ସମ୍ବିଧାନ ଓ ଇନ୍ଦ୍ର ସାହନି ମାମଲାରେ ଦିଆ ଯାଇଥିବା ରାୟ ଅନୁଯାୟୀ ଓଡ଼ିଶାର ସ୍ଥିତି “ସ୍ଵତନ୍ତ୍ର ପରିସ୍ଥିତି” ଭାବେ ଗ୍ରହଣ କରାଯାଇପାରିବ, ଯାହାର ଆଧାରରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉଚ୍ଛେଦ କରାଯାଇ ଏହାକୁ ବୃଦ୍ଧି କରାଯାଇ ପାରିବ । ଏସବୁ ସତ୍ତ୍ୱେ ବୈଷୟିକ ଶିକ୍ଷାରେ ଏସସି, ଏସଟି ଛାତ୍ରଛାତ୍ରୀ ସଂଖ୍ୟାନୁପାତ ବଦଳରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ମାନ୍ୟତା ପାଉଛନ୍ତି ।

ଲୋକଙ୍କ ପାଇଁ  ନ୍ୟାୟକୁ ବିଳମ୍ବିତ କରିବା ଅର୍ଥ ଏହାକୁ ଅସ୍ବୀକାର କରିବା ସହ ସମାନ । ତେଣୁ ରାଜ୍ୟର ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ ତାଙ୍କର ଅଧିକାର ପାଇଁ ସରକାରୀ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ଦାବି କରାଯାଇଛି ।