fbpx

‘All Eyes on Rafah’: ସୋସିଆଲ ମିଡିଆରେ କାହିଁକି ଭାଇରାଲ ହେଉଛି ଏହି ପୋଷ୍ଟ? ଜାଣନ୍ତୁ ଏହା ପଛରେ ଥିବା କାହାଣୀ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘All Eyes on Rafah’ ଫୋଷ୍ଟ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏହାକୁ ଷ୍ଟୋରୀ ଏବଂ ପୋଷ୍ଟ କରି ସେୟାର କରୁଛନ୍ତି । ଏଥିସହ ଅନେକ ସେଲିବ୍ରିଟୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । କଣ ଆପଣ ଜାଣିଛନ୍ତି କି ଏହି ପୋଷ୍ଟର ଅର୍ଥ କଣ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

-‘All Eyes on Rafah’ ଏକ ଅଭିଯାନ ଅଟେ । ଯାହା ଇସ୍ରାଏଲ ସୈନିକମାନଙ୍କ ଦ୍ୱାରା ଗାଜା ସହରରେ ଚାଲିଥିବା ଆକ୍ରମଣରେ ସମଗ୍ର ବିଶ୍ୱରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

-ସୈନିକମାନେ ଗାଜାରେ ଆକ୍ରମଣ କରୁଛନ୍ତି, ଯେଉଁଥିରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି । ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲୁଥିବା ଯୁଦ୍ଧ ପୁଣିଥରେ ଲୋକମାନଙ୍କ ଦୃଷ୍ଟିକୁ ଆସିଛି ।

-ବଢୁଥିବା ଉତ୍ତେଜନା ଏବଂ ଧନୀ ଜନବହୁଳ ସହର ରଫାରେ ଇସ୍ରାଏଲ ସୈନିକଙ୍କ ଦ୍ୱାରା ଗ୍ରାଉଣ୍ଡ ଆଟାକ ମଧ୍ୟରେ ‘All Eyes on Rafah’ ସ୍ଲୋଗାନ ସହ ଭୂମି ସ୍ତରରେ ଅଭିଯାନ ସାରା ଦୁନିଆରେ ଭାଇରାଲ ହେଉଛି ।

ଏହା ବିଷୟରେ ଜାଣିବା ପୂର୍ବରୁ ଆପଣଙ୍କୁ ଜାଣିବାକୁ ହେବ ଯେ, ଏହାର ଆରମ୍ଭ କିଏ କରିଥିଲେ । ଏହି ଅଭିଯାନର ଆରମ୍ଭ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଲେଷ୍ଟାଇନର କାର୍ଯ୍ୟାଳୟର ନିର୍ଦ୍ଦେଶକ ଡା. ରିଫ ପୀପରକୋର୍ନଙ୍କ ଏକ ବିବୃତ୍ତିରୁ ହୋଇଛି । ସେ ଫେବୃଆରୀ ୨୦୨୪ରେ କହିଥିଲେ ଯେ, ରଫା ଉପରେ ସମସ୍ତଙ୍କର ଆଖି ରହିଛି ।

ଏହା ସେହି ସମୟ ଥିଲା ଯେତେବେଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସହର ପାଇଁ ସ୍ଥାନାନ୍ତର ଯୋଜନାର ଆଦେଶ ଦେଇଥିଲେ । ଆକ୍ରମଣ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀର ବଞ୍ଚିଥିବା ଶେଷ ଗଡ଼କୁ ଧ୍ୱଂସ କରିବା ପାଇଁ ଯୋଜନାବଦ୍ଧ ଥିଲା ।

ଏହି ବାକ୍ୟାଂଶର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସମୁଦାୟଙ୍କୁ ଏହା କହିବାର ଥିଲା ଯେ, ରାଫାର ସ୍ଥିତି ଉପରେ ଟାର୍ଗେଟ କରନାହିଁ । ଗାଜାରେ ଅନ୍ୟ ସ୍ଥାନରେ ଘଟୁଥିବା ଭୟଙ୍କର ଆକ୍ରମଣରୁ ସୁରକ୍ଷା ପାଇବା ପରେ ୧.୪ ମିଲିୟନ ଲୋକେ ଏଠାରେ ଆଶ୍ରୟ ନେଇଛନ୍ତି ।

Get real time updates directly on you device, subscribe now.