fbpx

ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀ ସାବଧାନ୍: ଆସିଲା ITର ନୂଆ ନିୟମ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ ବନ୍ଦ

Advertisement

ନୂଆଦିଲ୍ଲୀ: ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଫେକ୍ ଆକାଉଣ୍ଟ ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ବନ୍ଦ କରାଯିବ । ଏଥିପାଇଁ ଟପ୍ ସୋସିଆଲ ମିଡିଆ କମ୍ପାନୀ ସରକାର କହିଛନ୍ତି ଯେ, ନିଜ ପ୍ଲାଟଫର୍ମରେ ଥିବା ଜଣାଶୁଣା ଲୋକଙ୍କର ଫେକ୍ ପ୍ରୋଫାଇଲ ଫଟୋ ଥିବା ଆକାଉଣ୍ଟ ବା କୌଣସି ପ୍ରକାରର ଫେକ୍ ଆକାଉଣ୍ଟକୁ ୨୪ ଘଣ୍ଟା ମଧ୍ୟରେ ବନ୍ଦ କର ।

ଯଦି କୌଣସି ଉପଭୋକ୍ତା ନକଲି ଆକାଉଣ୍ଟର ରିପୋର୍ଟ କରନ୍ତି, ତେବେ ସୋସିଆଲ ମିଡିଆ କମ୍ପାନୀ ୨୪ ଘଣ୍ଟା ମଧ୍ୟରେ ସେହି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନୂଆ ଆଇଟି ନିୟମ ଲାଗୁ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆ କମ୍ପାନୀକୁ କୌଣସି ଫେକ୍ ଆକାଉଣ୍ଟର ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟବସ୍ଥା ରହିଛି ।

ଉଦାହରଣ ସ୍ୱରୂପ, ଯଦି ଜଣେ ଜଣାଶୁଣା ରାଜନେତା, ସେଲିବ୍ରିଟି, କ୍ରିକେଟର କିମ୍ବା ଅନ୍ୟ କୌଣସି ଜଣାଶୁଣା ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଏକ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ସୃଷ୍ଟି ହୋଇଛି, ତେବେ ଅଭିଯୋଗ ପାଇବା ପରେ ସେହି ଆକାଉଣ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ପଡିବ ।

Get real time updates directly on you device, subscribe now.