fbpx

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ସର୍ଭିସ ଡାଉନ୍: ଆଉଟେଜ୍ ନେଇ ଅଭିଯୋଗ କଲେ ଅନେକ ୟୁଜର୍ସ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’କୁ ନେଇ ପୁଣି ଆସିଛି ଏକ ବଡ଼ ଖବର । ପୁଣି ଥରେ ଏକ୍ସ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଏହି ପ୍ଲାଟଫର୍ମରେ ସର୍ଭିସ ଡାଉନ୍ ହୋଇଥିବା ଜଣାପଡ଼ିଛି । ଏନେଇ ବିଶ୍ୱସ୍ତରରେ ୟୁଜର୍ସ ବହୁ ସମସ୍ୟାର ସାମ୍ନା କରିଛନ୍ତି । ଏହାପରେ ଏନେଇ ଅନେକ ୟୁଜର୍ସ ଆଉଟେଜ୍ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସର୍ଭିସ ଡାଉନ ହେବା ଫଳରେ ବିଶ୍ୱସ୍ତରରେ ଅନେକ ୟୁଜର୍ସ ବିଭିନ୍ନ ସମସ୍ୟାର ସାମ୍ନା କରିଥିଲେ । ଏନେଇ ୟୁଜର୍ସ ଆଉଟେଜ୍ ନେଇ ଅଭିଯୋଗ କରିଥିଲେ । ଆଉଟେଜ ଟ୍ରାକିଂ ୱେବସାଇଟ୍ ଡାଉନଟିଟେକ୍ଟର ଡଟ କମ୍ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି । ଏକ୍ସ ପେଜ ଖୋଲିବା ପରେ ୟୁଜର୍ସଙ୍କୁ ‘ୱେଲକମ ଟୁ ଏକ୍ସ!’ ଦୃଶ୍ୟମାନ ହୋଇଥିଲା । ତେବେ ୪୭ ହଜାରରୁ ଅଧିକ ଆମେରିକୀୟ ୟୁଜର୍ସଙ୍କ କ୍ଷେତ୍ରରେ ଆକ୍ସେସ କରିବାରେ ଏଭଳି ସମସ୍ୟା ଦେଖାଦେଇଥିବା ଡାଉନଡିଟେକ୍ଟର ଡାଟାରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୯ ତାରିଖରେ ମଧ୍ୟ ଏକ୍ସ ପ୍ଲାଟଫର୍ମରେ ଏଭଳି ଡାଉନ୍ ସମସ୍ୟା ଦେଖାଦେଇଥିଲା । ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଥର ଆଉଟେଜ୍ ସମସ୍ୟାର ସାମ୍ନା କରିଥିଲେ ୟୁଜର୍ସ । ଅନଲାଇନ୍ ଆଉଟେଜ୍ ରିପୋର୍ଟ ୱେବସାଇଟ୍ ଡାଉନଡିଟେକ୍ଟର ତରଫରୁ ଏହି ସୂଚନା ଦିଆଯାଇଥିଲା । ସେହିପରି ଗତ ଜୁଲାଇ ମାସରେ ମଧ୍ୟ ଏଭଳି ସମସ୍ୟା ଦେଖାଦେବା ପରେ ୟୁଜର୍ସ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମମାନଙ୍କରେ ପ୍ରତିକ୍ରିୟା ଦେଇଥିଲେ ।

Get real time updates directly on you device, subscribe now.