fbpx

ସାବଧାନ! କୋଲ୍ଡ ଡ୍ରିଙ୍କସରେ ମିଶୁଛି ହାନିକାରକ କେମିକାଲ, ଏହିସବୁ ସୋଡ଼ାକୁ ପୁନଶ୍ଚ ଫେରାଇ ନେଲା FDA

Advertisement

ନୂଆଦିଲ୍ଲୀ: ଗରମରେ ଆମେ ସମସ୍ତେ ବାହାରେ କୋଲ୍ଡଡ୍ରିଙ୍କସ କିମ୍ବା ସୋଡା ଜାତୀୟ ପାନୀୟ ପିଇବାକୁ ପସନ୍ଦ କରିଥାଉ । ହେଲେ ଜାଣିବା ଦରକାର ଯେ, ଏହା ଆପଣଙ୍କୁ କ୍ଷତି ପହଞ୍ଚାଉଛି କି ନାହିଁ । ଏଫଡିଏ ବର୍ତ୍ତମାନ ହାନିକାରକ କେମିକାଲ୍ସ କାରଣରୁ ସୋଡା ଏବଂ ଜୁସ ସମେତ ୨୮ଟି ପାନୀୟ ପଦାର୍ଥକୁ ପୁନଶ୍ଚ ଫେରାଇ ନେଇଛି । ଏହି ପାନୀୟ ପଦାର୍ଥରେ ଏପରି କେମିକାଲ୍ସ ମିଳିଛି ଯେପରି ବ୍ୟାକ୍ଟେରିଆ, ଡ୍ରଗ୍ସ ଏବଂ ଅନ୍ୟ ହାନିକାରକ କେମିକାଲ ରହୁଛି, ଯାହାକୁ କମ୍ପାନୀ କେବେ ବି କହୁନାହିଁ । ଏଥିପାଇଁ ମୂତ୍ରାଶୟ ଏବଂ ସ୍କିନ କ୍ୟାନ୍ସର ଭଳି ସମସ୍ୟା ବଢିପାରେ ।

ଯାଞ୍ଚ ସମୟରେ ୪ଟି ପାନୀୟ ପଦାର୍ଥକୁ ଛାଡି ବାକି ସମସ୍ତଙ୍କୁ ଫେରାଇ ନିଆଯାଇଛି । ଏଥିରେ ହିମାଲୟନ କଷ୍ଟ ନିର୍ବାରଣ ଚାହା ସାମିଲ ରହିଛି, ଯାହା ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ ଯାହାର ଉପାଦାନକୁ ଏଥିରେ ପ୍ରକାଶ କରାଯାଇନାହିଁ । ଏଥିସହ ମାର୍ଟିନେଲୀର ଆପେଲ ଜୁସରେ ହାନିକାରକ ଆର୍ସେନିକ ମିଳିଛି, ଯାହାକୁ ପୁନଶ୍ଚ ଫେରାଇ ନିଆଯାଇଛି । ଆର୍ସେନିକ ଏକ ବିଷାକ୍ତ ଧାତୁ ଯାହା ମୁତ୍ରାଶତ ଏବଂ ସ୍କିନ କ୍ୟାନ୍ସର ଭଳି ସମସ୍ୟାକୁ ବଢାଇଥାଏ ।

ଏହି ଖବର ଲୋକମାନଙ୍କ ଚିନ୍ତା ବଢାଇଦେଇଛି । Witty’s Natural Waters Limited ପକ୍ଷରୁ ତିଆରି କରାଯାଇଥିବା ଫିଜି ୱାଟରର ପାଖାପାଖି ୧.୯ ମିଲିୟନ ବୋତଲକୁ ମଧ୍ୟ ପୁନଶ୍ଚ ଫେରାଇ ନିଆଯାଇଛି । ପାଣିରେ ମିନେରାଲ୍ସ ମାଙ୍ଗାନିଜ ବ୍ୟତୀତ ତିନି ପ୍ରକାରର ହାନିକାରକ ବ୍ୟାକ୍ଟେରିଆ ମିଳିଛି ଯାହା ବ୍ରେନ ଡ୍ୟାମେଜର କାରଣ ହୋଇପାରେ ।
ପାନୀୟ ପଦାର୍ଥରେ ମିଶୁଥିବା କେମିକାଲ କେତେ ହାନିକାରକ?

ହେଲଥ ଏକ୍ସପର୍ଟସଙ୍କ କହିବାନୁଯାୟୀ, ପାନୀୟ ପଦାର୍ଥରେ ରସାୟନ ମିଶିଥାଏ ଯାହା ଅଘୋଷିତ ସଲଫାଇଟ୍ସ ଏବଂ ପ୍ରିଜରଭେଟିବ ହୋଇଥାଏ ଏବଂ ଏହାର କାରଣ ହୋଇପାରେ ।
-ସ୍କିନ ଆଲାର୍ଜୀ ହୋଇଥାଏ ।
-ପାଚନ ସମସ୍ୟା ସୃଷ୍ଟି କରିଥାଏ ।
– ଲୋକଙ୍କ ଶ୍ୱାସ ସମସ୍ୟା ବଢାଇଥାଏ ।
-ଲଗ୍ସ, କିଡନୀ, ଲିଭର ଏବଂ ପାଚନ ପ୍ରକ୍ରିୟା ଏବଂ ଲିମ୍ପେଥେଟିକ କ୍ୟାନ୍ସର ଭଳି ରୋଗକୁ ଜାତ କରିଥାଏ ।

ଓଜନ ବଢାଇଥାଏ:
ଅଧିକାଂଶ ପାନୀୟ ପଦାର୍ଥରେ ଚିନି ଅଧିକ ଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ଲୋକେ ଚିନି ଯୁକ୍ତ ପାନୀୟ ପଦାର୍ଥ ଅଧିକ ନିଅନ୍ତି ସେମାନଙ୍କ ଓଜନ ଅଧିକ ବଢିଥାଏ ।

Get real time updates directly on you device, subscribe now.