fbpx

(Video)ସୋଫାକୁ ବନାଇଲେ ଗାଡ଼ି, ବସି ବୁଲିଲେ ସାରା ସହର: ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…

ନୂଆଦିଲ୍ଲୀ: ପ୍ରସିଦ୍ଧ ଉଦ୍ୟୋଗପତି ଏବଂ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏହା ସହିତ ନିଜର ମନପସନ୍ଦ ଭିଡିଓ ଏବଂ ପୋଷ୍ଟ ମଧ୍ୟ ଶେୟାର କରିଥାନ୍ତି । ତେବେ ଅନେକ ସମୟରେ ସେ ନୂଆ ଆଇଡିଆ ଏବଂ ନୂଆ ପ୍ରକାରର ଟେକ୍ନୋଲୋଜି ଥିବା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ନିକଟରେ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି ।

ତେବେ ଏହି ଭିଡିଓରେ ଦୁଇଜଣ ଯୁବକ ଗୋଟିଏ ସୋଫାକୁ ଗାଡ଼ି ବନାଇ ସେଥିରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଯୁବକ ଦୁଇ ଜଣ ଅନଲାଇନ ସୋଫା ଅର୍ଡ଼ର କରି ନିଜେ ହିଁ ଏହିପରି ଡିଜାଇନ ପ୍ରସ୍ତୁତ କରିଛନ୍ତି । ନିଜର ଇଞ୍ଜିନିଅରିଂ ଜ୍ଞାନକୌଶଳ ପ୍ରୟୋଗ କରି ସୋଫାକୁ ଏକ ଯାନରେ ପରିଣତ କରିଛନ୍ତି । ଏପରିକି ସେଥିରେ ବସି ସାରା ସହର ମଧ୍ୟ ବୁଲିଛନ୍ତି ।

ତେବେ ଯୁବକ ଦୁଇଜଣଙ୍କର ଏପରି ଜ୍ଞାନ କୌଶଳ ଦେଖି ଆନନ୍ଦ ମହିନ୍ଦ୍ରା ବେଶ ମୁଗ୍ଧ ହୋଇଛନ୍ତି । ଏପରିକି ତାଙ୍କର ପ୍ରଶଂସା କରି ଏହି ଭିଡିଓକୁ ନିଜର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି । ଏହା ସହିତ ଏନେଇ ଲେଖିଛନ୍ତି ଯେ- “ଏହା କେବଳ ଏକ ମଜାଦାର ପ୍ରୋଜେକ୍ଟ । କିନ୍ତୁ ଏହାକୁ ବନାଇବାକୁ ଯେତିକି ରଚନାତ୍ମକ ଇଞ୍ଜିନିଅରିଂ ବ୍ୟବହାର କରାଯିବ ତାହା ଅବିଶ୍ୱସନୀୟ । ତେବେ ଦେଶରେ ଅଟୋମୋବାଇଲର ବିକାଶ ପାଇଁ ଏପରି ଜ୍ଞାନକୌଶଳର ଆବଶ୍ୟକତା ରହିଛି ।” ଆନନ୍ଦଙ୍କ ଦ୍ୱାରା ଶେୟାର କରଯାଇଥିବା ଏହି ଭିଡିଓକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୪.୫ ଲକ୍ଷ ଭିୟୁ ମିଳିସାରିଛି ।

Get real time updates directly on you device, subscribe now.