ନୂଆଦିଲ୍ଲୀ : ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ସାରା ଦୁନିଆ ଅନ୍ଧାରକାର ହୋଇଯିବ । ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସମାନ ରେଖାରେ ରହିବେ । ସେହି ସମୟରେ ଭାରତର ଆଦିତ୍ୟ ଏଲ୧ ନିଜର କମାଲ ଦେଖାଇବ । ଆଦିତ୍ୟ ଏଲ୧ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ବ୍ୟବହାର ଏବଂ କିରଣମାନ ଉପରେ ନଜର ରଖିବ । ଏହି ସମୟରେ ସୁର୍ଯ୍ୟ କିଛି ସମୟ ପାଇଁ ଚନ୍ଦ୍ର ସହ ସଂପୂର୍ଣ୍ଣ ଆଚ୍ଛାଦିତ ହୋଇଯିବ । ଯେଉଁଥି ପାଇଁ ଅନେକ ଦେଶ ପୂର୍ଣ୍ଣ ଅନ୍ଧକାର ହୋଇଯିବ ।
ଆଜି ଅର୍ଥାତ ୮ ଏପ୍ରିଲର ପୂର୍ଣ୍ଣ ସୂର୍ଯ୍ୟ ପରାଗ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ପୃଥିବୀ ଏକ ସିଧା ରେଖାରେ ରହିବେ । ଯେଉଁଥିପାଇଁ ଦିନର କିଛି ସମୟ ଅନ୍ଧାର ହୋଇଯିବ । ତେବେ ରିପୋର୍ଟ ମୁତାବକ, ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନର ପ୍ରଥମ ସୌର ମିଶନ ପୂର୍ଣ୍ଣ ସୂର୍ଯ୍ୟ ପରାଗ ମସୟରେ ସୂର୍ଯ୍ୟକୁ ଟ୍ରାକ କରିବାର ସ୍ଥିତିରେ ରହିଛି । ଆଦିତ୍ୟ ଏଲ୧ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ଉପରେ ନଜର ରଖିବ ଏବଂ ଏହି ସମୟରେ ସୂର୍ଯ୍ୟର ବ୍ୟବହାରକୁ ବୁଝିବାକୁ ପ୍ରୟାସ କରିବ । ଏଥିରେ ଇସରୋକୁ ତାରାର କ୍ରୋମୋସ୍ଫିୟର ଏବଂ କୋରୋନା ଅର୍ଥାତ ଯେକୌଣସି ତାରାର ବାୟୁମଣ୍ଡଳର ସବୁଠାରୁ ବାହାର ପରସ୍ତର ଅଧ୍ୟୟନ କରିବାର ସାହାଯ୍ୟ ମିଳିବ ।
ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟର କୋରୋନା ପୃଥିବୀ ଠାରୁ କିଛି ସମୟ ପାଇଁ ଦେଖାଯିବ, କାରଣ ଚନ୍ଦ୍ରମା ତାରାକୁ ଅବରୋଧ କରିଥାଏ । ଅନ୍ୟ ପକ୍ଷରେ କୋରୋନା( ବାହର ପରସ୍ତ) ପୃଥିବୀରେ ଦେଖାଯିବନି । ଆଦିତ୍ୟ ଏଲ୧ ମିଶନର ଲକ୍ଷ ସୋଲାର ସିଷ୍ଟମ ଏବଂ ଫଟୋଗ୍ରାଫି ସମେତ ସମସ୍ତ ଘଟଣାର ପ୍ରଭାବ ବିଷୟରେ ଆମର ବୁଝାମଣାକୁ ଆହୁରି ଗଭୀର କରିବ । ଆଦିତ୍ୟ ଏଲ୧ ମଧ୍ୟ ସୌର ପବନ ଏବଂ ସଂପୃକ୍ତ ବିକିରଣର ପ୍ରଭାବ ଅଧ୍ୟୟନ କରିବ ।