fbpx

ଆଗକୁ ଆସୁଛି ଖରାଦିନ ହେଲେ ଅଚଳ ହୋଇ ପଡି ରହିଛି ସୋଲାର ଚାଳିତ ଜଳ ପ୍ରକଳ୍ପ !

Advertisement

ରାଜଗାଙ୍ଗପୁର , 8/3 :-ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଚୁଙ୍ଗୀ ମାଟି ପଞ୍ଚାୟତ ମାଣ୍ଡିଆ କୁଦର ଗ୍ରାମରେ ଦୀର୍ଘ ଏକ ବର୍ଷ ହେବ ଅଚଳ ହୋଇ ପଡି ରହିଛି ସୋଲାର ଚାଳିତ ଜଳ ପ୍ରକଳ୍ପ । ଲୋକ ଙ୍କ ସୁବିଧା ଓ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏହି ଜଳ ପ୍ରକଳ୍ପ ତିଆରି ହୋଇ ଥିଲେ ମଧ୍ୟ ତାହା ବର୍ତ୍ତମାନ ଅଚଳ ଓ ଅବହେଳିତ ଅବସ୍ଥା ରେ । ପ୍ରାପ୍ତ ସୂଚନା ଅନୁଯାଇ ଚୁଙ୍ଗୀ ମାଟି ପଞ୍ଚାୟତ ମାଣ୍ଡିଆ କୁଦା ଗ୍ରାମରେ ପ୍ରାୟ 30ପରିବାର ବସବାସ କରୁଥିବା ବେଳେ ଏହି ସ୍ଥାନରେ କେବଳ ଗୋଟିଏ ନଳ କୂପ ରହିଛି । ଏହି ସୋଲାର ଜଳ ପ୍ରକଳ୍ପ ଟି ଏହି ଗ୍ରାମ ଜଳ ସମସ୍ୟା କୁ ଦୂର କରିବା ନେଇ ତିଆରି ହୋଇଥିଲେ ମଧ୍ୟ କୋଣସି କାରଣ ରୁ ଏହା ଖରାପ ହୋଇଯାଇଥିଲା । ହେଲେ ଗତ ଏକ ବର୍ଷ ହେବ ଏହା କାର୍ଯ୍ୟ କାରି ହୋଇ ନଥିବା ବେଳେ ବର୍ତ୍ତମାନ ଏହା ଅଚଳ ଓ ଅବହେଳିତ ହୋଇ ପଡି ରହିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲାଭ କିଛି ନାହିଁ । ଆଗକୁ ଖରା ଦିନ ଆସୁଥିବା ବେଳେ ପାନୀୟ ଜଳ ପାଇଁ ଏହି ଗ୍ରାମର ଲୋକ ମାନେ ଗୋଟିଏ ନଳ କୂପ ଉପରେ ନିର୍ଭର କରୁଥିବା ବେଳେ ଯଦି ତାହା ଅଚଳ ହୁଏ ତେବେ ଏହି ଗ୍ରାମରେ ଜଳ ସଙ୍କଟ କୁ ରୋକା ଯାଇ ପାରିବ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.