fbpx

ପୁଣି ଘାରିଲା ସୌରଝଡ଼ ଭୟ, ପୃଥିବୀ ଆଡକୁ ମାଡ଼ି ଆସୁଛି: ବିଶ୍ୱରେ ରେଡିଓ ବ୍ଲାକଆଉଟ୍‌ ଭଳି ସ୍ଥିତି ଉପୁଜିପାରେ

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରାରମ୍ଭରୁ ସୂର୍ଯ୍ୟରେ ବିସ୍ଫୋରଣ ଘଟଣା ବୃଦ୍ଧି ପାଇଚାଲିଛି । ସୂର୍ଯ୍ୟରେ ଏଭଳି ଏକ ବଡ଼ ବିସ୍ଫୋରଣ ହୋଇ ସୁନାମୀ ଆସିଛି ଯାହାର ପ୍ରଭାବ ଶନିବାର ପୃଥିବୀ ଉପରେ ପ୍ରଭାବ ପକାଇପାରେ । ସୂର୍ଯରୁ ବିକିରଣ ହେଉଥିବା ସୌର ଝଡ଼ ପୃଥିବୀର ଚୁମ୍ବକୀୟ ଶକ୍ତିକୁ ପ୍ରଭାବିତ କରିବ ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌)କୋଲକାତା ସୂଚନା ଦେଇଛି । ସୌର ଝଡ଼ ଏଭଳି ଏକ ବିକିରଣ ଯାହା ସଂପୂର୍ଣ୍ଣ ସୌରମଣ୍ଡଳକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବାର କ୍ଷମତା ରହିଛି ।

ସୂଚନାନୁଯାୟୀ ସୂର୍ଯ୍ୟରୁ ଆସୁଥିବା ସୌରଝଡ଼ର ଗତି ଘଣ୍ଟାପ୍ରତି ୩୮,୨୬,୮୦୦ କିଲୋମିଟର ବେଗ ରହିଛି । ସେହି ରି ନ୍ୟାସନାଲ ଓସିଏନିକ୍‌ ଆଣ୍ଡ ଆଟମସ୍ପିରିକ୍‌ ଆଡମିନିଷ୍ଟ୍ରେସନ୍‌ (ଏନ୍‌ଓଏଏ) ଚେତାବନୀ ଜାରି କରି କହିଛି କି ପୃଥିବୀ ଉପରେ ଶନିବାର ଜି୧, ଜି୨ ଓ ଜି୩ କାଟାଗୋରୀର ସୌରଝଡ଼ ପ୍ରଭାବ ପକାଇପାରେ । ଏହା ଯଥାକ୍ରମେ ଦୁର୍ବଳ, ମଧ୍ୟ ଓ ଉଚ୍ଚ ଶ୍ରେଣୀଭୁକ୍ତ । ତେବେ ଏହି ଧରଣର ସୌରଝଡ଼ ଜି୫ ଭଳି ଭୟାନକ ନୁହେଁ । ତଥାପି ବି ବହୁକ୍ଷେତ୍ରରେ ଏହା କ୍ଷତି କରିବାର କ୍ଷମତା ରହିଛି ।

ବୈଜ୍ଞାନିକଙ୍କ ସୂଚନାନୁଯାୟୀ ଶନିବାର ସୌରଝଡ଼ ପୃଥିବୀରେ ମାଡ଼ ହେବା ଯୋଗୁଁ ବିଶ୍ୱରେ ରେଡିଓ ବ୍ଲାକଆଉଟ୍‌ ଭଳି ସ୍ଥିତି ଉପୁଜିପାରେ । ଏଥିସହ ଜିପିଏସ୍‌ ସିଷ୍ଟମ୍‌ ଓ ୱେରଲେସ୍‌ ସରଞ୍ଜାମଗୁଡ଼ିକୁ ପ୍ରଭାବିତ କରିପାରେ । ପରନ୍ତୁ ମୋବାଇଲ୍‌ ନେଟ୍‌ୱର୍କ, ଇଣ୍ଟରନେଟ୍‌ ଓ ବିଦ୍ୟୁତ ଯୋଗାଣ ଆଦି କ୍ଷେତ୍ରରେ ସେପରି କୌଣସି ପ୍ରଭାବ ପକାଇବ ନାହିଁ । ଆକାଶରେ ବିଜୁଳି ଭଳି ଆଲୋକ ଚମକିବା ଲୋକେ ଦେଖିବାକୁ ପାରପାରନ୍ତି।

Get real time updates directly on you device, subscribe now.