fbpx

ଝିଅର ଅଶ୍ଳୀଳ ଭିଡିଓ ପ୍ରଚାର ବିରୁଦ୍ଧରେ ଲଢିଲେ ଯବାନ ବାପା, ଆକ୍ରମଣରେ ହାରିଲେ ଜୀବନ

ଗୁଜରାଟ: ଝିଅର ଅଶ୍ଳୀଳ ଭିଡିଓ ପ୍ରଚାରକୁ ବିରୋଧ କରି ଆକ୍ରୋଶର ଶିକାର ହେଲେ ବିଏସ୍‌ଏଫ୍ ଯବାନ । ଝିଅର ସମ୍ମାନ ପାଇଁ ଲଢିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ । ଏପରି ଏକ ଜଗନ୍ୟ କାଣ୍ଡ ଘଟିଛି ଗୁଜରାଟର ନାଡିଆଡରେ । ଜଣେ ସୀମା ସୁରକ୍ଷା ବଳର କର୍ମଚାରୀ ତାଙ୍କ ଝିଅର ଅଶ୍ଲିଳ ଭିଡିଓ ପ୍ରଚାର ବନ୍ଦ କରିବାକୁ କହିବାରୁ ତାଙ୍କୁ ପିଟିପିଟି ହତ୍ୟା ହତ୍ୟା କରି ଦିଆଯଅଇଛି । ଏବେ ଏହି ମାମଲାରେ ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଶନିବାର ଦିନ ଚକଲାସୀ ଗ୍ରାମରେ ଏହି ଭିଡିଓ ଅନଲାଇନରେ ପୋଷ୍ଟ କରିଥିବା ୧୫ ବର୍ଷିୟ ନାବାଳକଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବକଙ୍କ ପରିବାର ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଖବର ମୁତାବକ ନାବାଳିକା ଜଣକ ସ୍କୁଲର ଛାତ୍ର ଏବଂ ସେ ଦୁହେଁ ସଂପର୍କରେ ଥିଲେ ।

କିନ୍ତୁ ନାବାଳକ ଜଣକ ଅନଲାଇନରେ ଯବାନଙ୍କ ଝିଅର ଏକ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ ଯାହା ପରେ ବିଏସଏଫ ଯବାନ ତାଙ୍କ ପରିବାର ସହିତ ପୁଅର ପରିବାର ସହ କଥା ହେବାକୁ ଯାଇଥିଲେ ବୋଲି ସୀମା ସୁରକ୍ଷା ବଳ (ବିଏସଏଫ) ସୂତ୍ରରୁ ପ୍ରକାଶ ।

ଏହି ଘଟଣାରେ ପୋଲିସ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ରିପୋର୍ଟରେ କୁହାଯାଇଛି ଯେ ଶନିବାର ରାତିରେ ଯବାନ ତାଙ୍କ ପତ୍ନୀ, ଦୁଇ ପୁଅ ଏବଂ ଜ୍ୱାଇଁଙ୍କ ସହ ନାବାଳକଙ୍କ ଘରକୁ ଯାଇଥିଲେ । କିନ୍ତୁ ତାଙ୍କ ପରିବାରର ସଦସ୍ୟମାନେ ସେମାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ସେମାନଙ୍କର ଏକ ଗୋଷ୍ଠୀ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ, ବୋଲି ଯବାନଙ୍କ ପତ୍ନୀ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.