fbpx

ଶୀତ ଦିନେ ଓଜନ କମାଇବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଧୀରେ ଧୀରେ ମାଡି ଆସୁଛି ଶୀତ । ଯେଉଁ ମାନେ ଗରମ ଦିନେ ବାୟାମ ଓ କସରତ୍ କରି ଓଜନ କମାଇଥାନ୍ତି ,ଶୀତ ଦିନ ଅଧିକ ଥଣ୍ଡା ପଡ଼ିବା ଯୋଗୁଁ ବାୟାମ କରିବାକୁ କିମ୍ବା ଭୋର୍‌ରୁ ଚାଲିବାକୁ ଯାଇପାରନ୍ତିନାହଁ । ଫଳରେ କମାଇ ଥିବା ଓଜନ ପୁଣି ବଢିବାକୁ ଲାଗେ ।ଏହି ସମୟରେ ଗରମ ଜିନିଷ ଖାଇବାକୁ ଇଛା ହୋଇଥାଏ ତେଣୁ ବାର ବାର ଖାଇବା ଯୋଗୁଁ ମଧ୍ୟ ଓଜନ ବୃଦ୍ଧି ହେଇଥାଏ ।

ତେବେ ଆସନ୍ତୁ ଜାଣିବା ଶୀତଦିନେ ଶରୀରକୁ ସୁସ୍ଥ ରଖିବା ସହ ଓଜନ କମ୍ କରିବାର କିଛିଟା ଟିପ୍ସ…

– ଖାଦ୍ୟରେ ପ୍ରୋଟିନ୍‌କୁ ମିଶାନ୍ତୁ । ଏହାଦ୍ୱାରା ଶରୀରକୁ ବାର ବାର ଭୋକ ଲାଗିବନି । ଯାହା ଆପଣଙ୍କ କ୍ୟାଲୋରୀକୁ କମ୍ କରାଇବ ଓ ବ୍ଲଡ଼ ପ୍ରେସର୍‌କୁ ନିୟନ୍ତ୍ରଣ ରଖିବ । ଯେମିତି କି ବୁଟ,ମୁଗ,ଛେନା,ପନୀର୍‌,ଚିକେନ୍‌,ଓ ଅଣ୍ଡା ଇତ୍ୟାଦି ।

– ପ୍ରଥମେ ମନେ ରଖନ୍ତୁ ଶୀତଦିନେ ଯାହା କିଣୁଛନ୍ତି ସତେଜ କିଣିବ । ପରିବା ହେଉ କି ଫଳ ସବୁବେଳେ ସତେଜ ଥିବା ଦରକାର ।

– ଦିନକୁ ୨ ରୁ ୩ ଥର ଉଷୁମ୍ ପାଣି,ଗ୍ରାନ୍ ଟି,ଓ ହର୍ବାଲ୍-ଟି ପିଅନ୍ତୁ । ଏହାଦ୍ୱାରା ଶରୀର ସବୁବେଳେ ହାଇଡ଼୍ରେଟ୍ ରହିଥାଏ । ଯାହା ଆମ ମେଟାବୋଲିଜମ୍ କୁ ଠିକ୍ ରଖିଥାଏ ।

– ଘର ଭିତରେ ଯୋଗ କରିପାରିବେ । ଯାହାପାଇଁ ଆପଣଙ୍କୁ ବାହାରକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ ।

– କିଛି ଅଧିକ ଖାଦ୍ୟ ଖାଇବା ପୁର୍ବରୁ କମ୍ କ୍ୟାଲୋରୀ ଯୁକ୍ତ ସୁପ୍ ନିଶ୍ଚୟ ପିଅନ୍ତୁ । ଏହାଦ୍ୱାରା ୨୦ ପ୍ରତିଶତ ଖାଇବା କମ୍ ହେଇଯାଏ । ଯାହାକି ଓଜନକୁ ନିୟନ୍ତ୍ରଣରେ ରଖିଥାଏ ।

Get real time updates directly on you device, subscribe now.