fbpx

(Video) ରାଇମୋହନଙ୍କ ପାଦ ତଳେ ଲାଗିଛି, ତାଙ୍କୁ କିଏ ମାରିକି ଟାଙ୍ଗି ଦେଇଛି: ଅଭିନେତ୍ରୀ ରାଣୀ ସାହୁ

ଭୁବନେଶ୍ୱର: ନିଜ ଅଭିନୟରେ ମନ ମୋହୁଥିବା ଆକ୍ଟର ରାଇମୋହନ ପରିଡ଼ା ଆଉ ଏକ ଜବତରେ ନାହାନ୍ତି । ଏହି ଖବରକୁ ଲୋକମାନେ ଆତି ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହୋଇଥିଲା । ଶେଷ ଦର୍ଶନ ପରେ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛି ରାଇମୋହନଙ୍କ ପାର୍ଥୀବ ଶରୀର । ଅନେକ ଅଭିନେତା ଓ ଅଭିନେତ୍ରୀ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ରାଣୀ ସାହୁ । ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କ ପାଦ ତଳେ ଲାଗିଥିଲା…ତାଙ୍କୁ କିଏ ମାରି ଟାଙ୍ଗି ଦେଇଛି ବୋଲି ଅଭିନେତ୍ରୀ କହିଛନ୍ତି ।

ରାଣୀ କହିଛନ୍ତି ଯେ, ‘ରାଇମୋହନଙ୍କ ମୃତ୍ୟୁ ଓଡ଼ିଆ ଚଳଚ୍ଚିତ ଜବତ ପାଇଁ ଏକ ଅପୂରଣୀୟ କ୍ଷତି । ଜଣଙ୍କ ପରେ ଜଣେ ସିନିୟର କଳାକାର ଆମକୁ ଛାଡ଼ି ଚାଲିଯାଉଛନ୍ତି । ଏହି କ୍ଷତି କେବେ ପୂରଣ ହୋଇପାରିବ ନାହିଁ । ସେ ବହୁତ ଭଲ ମଣିଷ ସହ ହସକୁରା ଲୋକ ଥିଲେ । ସେ କେବେ ବି ଆତ୍ମହତ୍ୟା ଭଳି ବାଟ ବାଛିଥିବେ ବୋଲି ବିଶ୍ୱାସ କରିହଉନି । ଭାଇରାଲ ହେଉଥିବା ଫଟୋରେ ରାଇମୋହନଙ୍କ ପାଦ ତଳେ ଲାଗିଛି, ଯାହାକୁ ଦେଖିଲେ ଲାଗୁଛି କି କିଏ ତାଙ୍କୁ ମାରି ଟଙ୍ଗାଇ ଦେଇଛି । ଏହାର ସିବିଆଇ ତଦନ୍ତ କରାଯାଉ ।’

Get real time updates directly on you device, subscribe now.