ଓଡ଼ିଶା ଭାସ୍କର ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସ୍ପାଇଛି ଆଉକିଛି ତଥ୍ୟ। ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଅଟକି ଥିବା ସ୍ଵୀକାର କରିଛନ୍ତି। ତେବେ ଘଣ୍ଟାଏ ନୁହେଁ, ୧୦ ମିନିଟ୍ ଅଟକିଥିଲା ବୋଲି କହିଛନ୍ତି।
ଗାଡ଼ି କାହିଁକି ଅଟକି ଥିଲା ବୋଲି ଅଭିଯୋଗ ହେବା ପରେ ପୋଲିସ୍ ଶୁକ୍ରବାର ସମ୍ପୃକ୍ତ ଡ୍ରାଇଭରଙ୍କୁ ଜେରା କରିଥିଲା। ଆଉ ସେ କହିଛନ୍ତି ଯେଜ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ଘଣ୍ଟାଏ ନୁହେଁ ମାତ୍ର ୧୦ମିନିଟ୍ ଅଟକି ରହିଥିଲା । ସେ ଆହୁରି କହିଛନ୍ତି ଯେ, ଆମ୍ବୁଲାନ୍ସରେ ରୋଗୀଙ୍କ ସମ୍ପର୍କୀୟ କେହି ନ ଥିବାରୁ ଅଟକି ରହିଥିଲା । ସେତେବେଳେ ଜଣେ ମ୍ୟାଡାମ ପୋଲିସ ୟୁନିଫର୍ମରେ ସେଠାରେ ଉପସ୍ଥିତ ଥିଲେ । ପତ୍ନୀ ବିଦ୍ୟାଭାରତୀ ଆସିବା ପରେ ହିଁ ଆମ୍ବୁଲାନ୍ସ ଛାଡ଼ିଥିଲା । ସେହିପରି ଗୋଷାଣୀ ଓ ଗୋପାଳପୁର ନିକଟରେ ପୁଣି ଥରେ ଆମ୍ବୁଲାନ୍ସ ଅଟକି ଥିବା କଥା ଡ୍ରାଇଭର ସ୍ୱୀକାର କରିଛନ୍ତି ।