Video: ନିଜ ଘରୁ ବାହର କରିଦେଲେ ପୁଅ-ବୋହୂ, ପାଗଳୀ ହୋଇ ରାସ୍ତାରେ ବୁଲୁଛି ବୁଢ଼ୀ ମା’
ଛାତି ଫାଟିଗଲା ଭଳି ଦୃଶ୍ୟ। ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମା'କୁ ଘରୁ ବାହାର କରିଦେଲେ ପୁଅ-ବୋହୂ। ପାଗଳୀ ହୋଇ ବୁଲୁଛି ମା'। ସୋସିଆଲ ମିଡିଆରେ ଭାଇରାଲ ହେଉଛି କରୁଣ ଦୃଶ୍ୟ।
ନୂଆଦିଲ୍ଲୀ: ସାମଜରେ ଘଟୁଛି ଅଜବ ଘଟଣା । ଘରେ ଘେରେ ବଢ଼ୁଛି କଳହ । ମଣିଷ ହଉଛି ସ୍ୱାର୍ଥପର । ନିଜ ସ୍ୱାର୍ଥ ପାଇଁ କୋଉଠି ବାପା-ମାଆ ଛୁଆ ବିକିଲେଣି ତ କଉଠି ପୁଅ-ଝିଅ ବୁଢ଼ା ବାପା-ମାଆଙ୍କୁ ଘରୁ ବାହାର କରିଦେଉଛନ୍ତି ।
ସେମିତି ଏକ ଛାତି ହୃଦୟବିଦାରକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମା’କୁ ଘରୁ ବାହାର କରିଦେଲେ ପୁଅ-ବୋହୂ। ପାଗଳୀ ହୋଇ ବୁଲୁଛି ମା’ ।
ପାଠକ ବନ୍ଧୁ ଏମିତି ଅନେକ ଘଟଣା ବିଭିନ୍ନ ଅଞ୍ଚଳରେ ଘଟୁଛି । କିଛି ଖବର ଆସୁଛି ଆଉ କିଛି କଥା ଚାପି ହୋଇଯାଉଛି । ଦେଖୁ ନାହାଁନ୍ତି ଏହି ଭିଡିଓରେ । ଏହି ମାଉସୀଙ୍କ କଥା ।
View this post on Instagram
ବୁଢ଼ୀ ବୟସରେ ମାଉସୀ ଜଣଙ୍କ କିପରି ରାସ୍ତାରେ ବଞ୍ଚୁଛନ୍ତି । ତାହା ପୁଣି ନିଜର ମାନସିକ ଭାରସାମ୍ୟ ହରାଇ । ତାଙ୍କର ଏମିତି ଅବସ୍ଥା ପାଇଁ ତାଙ୍କ ନିଜ ପୁଅ-ବୋହୂ ହିଁ ଦାୟୀ ।
ଭିଡିଓରେ ଜଣେ ଯୁବକ ରାସ୍ତା କଡ଼ରେ ବସିଥିବା ଜଣେ ବୁଢ଼ୀ ମାଉସୀଙ୍କୁ କିଛି ପଚାରୁଛନ୍ତି । ପ୍ରଥମେ ମାଉସୀ ଜଣକ ରାଗିଯାଉଛନ୍ତି । ପୁଣି କାନ୍ଦିକି କହୁଛନ୍ତି, ପୁଣି ହସିକି କହୁଛନ୍ତି ମୋ ବୋହୂ ମତେ ଘରୁ ବାହାର କରିଦେଲେ ।
ସତରେ ଏହି ଭିଡିଓଟି ଏତେ ହୃଦୟବିଦାରକ ହୁଏତଃ ଆପଣଙ୍କ ଆଖିରେ ଲୁହ ଆଣିଦେବ ।