fbpx

ପୁଅର ଷଣ୍ଢୁଆସି ମାଡରେ ବାପା ଗୁରୁତର

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ପୁଅର ଷଣ୍ଢୁଆସି ମାଡରେ ବାପ ଗୁରୁତର ହୋଇଥିବା ଜଣାପଡିଛି । ଏହିପରି ଏକ ଘଟଣା ବାରଙ୍ଗ ଥାନା ଅନ୍ତର୍ଗତ ବେଲଗଛିଆ ଗ୍ରାମରେ ଘଟିଥିବା ଜଣାପଡିଛି । ଏହି ଗ୍ରାମର ନରେନ୍ଦ୍ର ପାଣି(୬୫)ଙ୍କ ପୁଅ ଚନ୍ଦନ ପାଣି(୩୫) ଶୁକ୍ରବାର ଦିନ ଏକ ଷଣ୍ଢୁଆସିରେ ବାପାର ଛାତିକୁ ମାଡ ମାରିଥିଲା । ଫଳରେ ବାପା ଗୁରୁତର ହୋଇପଡିଥିଲେ । ଖବରରୁ ପ୍ରକାଶ ଚନ୍ଦନ ଅତ୍ୟାଧିକ ମଦ୍ୟପାନ କରି ଘରେ ଆସି ପାଟିତୁଣ୍ଡ କରିବାରୁ ବାପ, ପୁଅ ମଧ୍ୟରେ ବଚସା ହୋଇଥିଲା । ଚନ୍ଦନ ଉକ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଥିଲା । ତେବେ ନରେନ୍ଦ୍ର ଗୁରୁତର ଆହାତ ହୋଇ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.