କୁଚିଣ୍ଡା: ଦେଶ ତଥା ରାଜ୍ୟରେ ହତ୍ୟା ମାମଲା ଥମିବାର ନାଁ ନେଉନି। ତେବେ ବର୍ତ୍ତମାନ ଏମିତି ଏକ ହତ୍ୟା ଖବର କୁଚିଣ୍ଡାରୁ ସାମ୍ନାକୁ ଆସିଛି। ବାପାକୁ କୋଦାଳ ବେଣ୍ଟରେ ପିଟି ମାରିଦେଲା ପୁଅ।
ସୂଚନାନୁଯାୟୀ, ହତ୍ୟା ପରେ ଘରେ ତାଲା ପକାଇ ଅଭିଯୁକ୍ତ ପୁଅ ଫେରାର ଅଛି। ଜମନକିରା ଥାନା ସାନଲାଙ୍ଗବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।