fbpx

(Video) ପାଳିପୋଷି ବଡ଼ କରିଥିଲା ମା’, ପୁଅ ଦେଲା ଏଭଳି ସମ୍ମାନ

Advertisement

ମା’ ସେ ଜନ୍ମଦାତ୍ରୀ, ସେ ଆମର ସବୁକିଛି… ନିଜ ପିଲାର ମଙ୍ଗଳ ପାଇଁ ମା ସବୁ କିଛି ତ୍ୟାଗ କରିଥାଏ । ପିଲାଙ୍କର ସବୁ ଅଳି ଅଝଟ ସହିଥାଏ, ସବୁ କଷ୍ଟ ସହି ପିଲାଙ୍କୁ ପାଳିପୋଷି ବଡ଼କରେ । ତେବେ ମା’କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗଛି ।

ମା ଓ ପୁଅଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଏକ କଲେଜ ସମାରେହୋର । ଏଥିରେ ଜଣେ ଯୁବକ ସ୍ନାତକତ୍ତୋରରେ ପାସ କରିଥିବା ଡିଗ୍ରିକୁ ତାଙ୍କ ମାଙ୍କୁ ଉତ୍ସର୍ଗ କରୁଛନ୍ତି । ସେ ପାଇଥିବା ଟୋପିକୁ ମା’ଙ୍କ ମୁଣ୍ଡରେ ଲଗାଇ ଦେଉଛନ୍ତି । ତାଙ୍କୁ ମିଳିଥିବା ସମ୍ମାନଜନକ ଉତ୍ତରୀୟକୁ ମଧ୍ୟ ମା’ଙ୍କୁ ପିନ୍ଧାଇ ଦେଉଛନ୍ତି । ପିନ୍ଧିଥିବା କଳା କୋର୍ଟ ମଧ୍ୟ ମା’ଙ୍କୁ ପିନ୍ଧାଇ ଦେଉଛନ୍ତି । ଏସବୁ ଦେଖି ମାଙ୍କ ଆଖିରୁ ଖୁସିର ଲୁହ ଝରିପଡୁଛି, ଭିଡିଓଟି ସତରେ ଖୁବ୍ ଇମୋସନାଲ ଏବଂ ହୃଦୟସ୍ପର୍ଶୀ ।

ତେବେ ଏହି ଭିଡିଓଟିକୁ ଦେଖି ଅନେକ ୟୁଜର୍ସ ଭାବପ୍ରବଣ ହେଉଛନ୍ତି । ୟୁଜର୍ସ କମେଣ୍ଟସରେ ନିଜ ମା’ଙ୍କ ପ୍ରତି ଭଲ ପାଇବା ଜତାଉଛନ୍ତି । ପିଲାଙ୍କ ସଫଳତା ପଛରେ ମାଙ୍କର ହାତ ଥାଏ । ମାଙ୍କ ବିନା ଛୁଆ ଅଧୁରା ।  ଏସବୁକୁ ବୁଝି ପୁଆଜଣଙ୍କ ମାଙ୍କୁ ଏହି ସନମ୍ମାନର ଶ୍ରେୟ ଦେଇଛନ୍ତି । ତେବେ ମା’ଙ୍କ ପାଇଁ ଏହାଠୁ ଖୁସିର କଥା କଣ ହେଇପାରେ । ଦେଖନ୍ତୁ ଏହି ଭିଡିଓ…

Get real time updates directly on you device, subscribe now.