fbpx

୧ ଘଣ୍ଟା ମୋବାଇଲରେ ଗେମ୍‌ ଖେଳି ୧.୩ ଲକ୍ଷ ଟଙ୍କା ଉଡାଇ ଦେଲା ନାବାଳକ ପୁଅ, କାର୍‌ ବିକ୍ରି ବିଲ୍‌ ପୈଠ କଲେ ବାପା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର):  ଇଂଲଣ୍ଡର ଜଣେ ୭ ବର୍ଷୀୟ ବାଳକ ମାତ୍ର ୧ ଘଣ୍ଟା ମୋବାଇଲରେ ଗେମ୍‌ ଖେଳି ୧,୮୦୦ ଡଲାର ଅର୍ଥାତ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିପାଇଁ ତାଙ୍କ ବାପା ନିଜ କାର୍‌ ବିକ୍ରି କରି ବିଲ୍‌ ପୈଠ କରିବାକୁ ବାଧ୍ୟ ହୋଇଛନ୍ତି ।

ଆଶାଜ୍‌ ମୁତାସା ନାମକ ବାଳକ ମୋବାଇଲରେ ‘ଡ୍ରାଗନ୍‌ସ: ରାଇଜ୍‌ ଅଫ୍‌ ବର୍କ’ ନାମକ ଗେମ୍‌ ଖେଳିବା ସମୟରେ ୧.୯୯ ପାଉଣ୍ଡ (୨.୭୦ ଡଲାର) ଓ ୯୯.୯୯ ପାଉଣ୍ଡ (୧୩୮ ଡଲାର) ମଧ୍ୟରେ ଅନେକ ମହଙ୍ଗା ଟପ୍‌-ଅପ୍‌ କିଣିଦେଲେ । ଆଶାଜ୍‌ଙ୍କ ବାପା ୪୧ ବର୍ଷୀୟ ମୁହମ୍ମଦଙ୍କ ପାଖକୁ ଏହି ଖର୍ଚ୍ଚ ସମ୍ବନ୍ଧୀୟ ୨୯ ମେଲ୍‌ ଆସିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଲେ ।

ମୁହମ୍ମଦ କହିଛନ୍ତି ‘ପ୍ରଥମେ ମୁଁ ଭାବିଲି ଯେ ମୁଁ ଠକାମିର ଶିକାର ହୋଇଛି । ପିଲାର ଗେମ୍‌ରେ ଏତେ ଟଙ୍କା ଖର୍ଚ୍ଚ ହେବା ସମ୍ଭବ ବୋଲି ମୁଁ କେବେ ଭାବି ନଥିଲି।’ ଆପଲ  ଫୋନ୍‌ର କଷ୍ଟମର୍‌ ସର୍ଭିସ୍‌କୁ ସେ ଏ ନେଇ ଗାଳି କଲେ । ତେବେ ଆପଲ୍‌ କହିଛି, ସେମାନେ ଏଭଳି ଘଟଣାକୁ ଖୁବ୍‌ ଗମ୍ଭୀରତାର ସହ ଗ୍ରହଣ କରନ୍ତି। ପିଲାମାନେ ଏଭଳି ଗେମ୍‌ ଖେଳିବା ସମୟରେ ଅଭିଭାବକଙ୍କୁ ଅଧିକ ସଚେତନ ହେବାକୁ ସେମାନେ ସର୍ବଦା ଉପଦେଶ ଦିଅନ୍ତି। ଏହି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ଅନେକ ଥର ପିଲାମାନେ ମୋବାଇଲ ଗେମ୍‌ ମାଧ୍ୟମରେ ମୋଟା ଅଙ୍କ ଖର୍ଚ୍ଚ କରିବା ଘଟଣା ସାମ୍ନାକୁ ଆସିଛି।

Get real time updates directly on you device, subscribe now.