(video)Breaking: ବାପା ମାଡ଼ର ପ୍ରତିଶୋଧ ନେଲା ପୁଅ, ବ୍ୟବସାୟୀଙ୍କ ରକ୍ତରେ ହୋଲି ଖେଳିଲା

ଗତ ବର୍ଷ ହୋଲିରେ ବାପାଙ୍କୁ ମାଡ଼ ମାରିଥିଲେ ବ୍ୟବସାୟୀ। ବର୍ଷେ ପରେ ହତ୍ୟା କରି ବାପା ମାଡ଼ର ପ୍ରତିଶୋଧ ନେଲା ପୁଅ।

ବାରିପଦା: ବାପା ମାଡ଼ର ପ୍ରତିଶୋଧ ନେଲା ପୁଅ। ଗତ ବର୍ଷ ବାପାଙ୍କୁ ମାଡ଼ ମାରିଥିଲା ଜଣେ ବ୍ୟବସାୟୀ। ଆଉ ବର୍ଷେ ହେଲା ମୌଉକା ଅପେକ୍ଷାରେ ଥିଲା ପୁଅ। ଶେଷରେ ସୁବିଧା ସୁଯୋଗ ଦେଖି ବାପା ମାଡ଼ର ପ୍ରତିଶୋଧ ନେଲା। ଆଉ ବ୍ୟବସାୟୀ ରକ୍ତରେ ହୋଲି ଖେଳିଲା।

ହଁ ବାରିପଦା ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ। ଅଭିଯୁକ୍ତ ଯୁବକକୁ ଗିରଫ କଲା ମୟୁରଭଞ୍ଜ ପୋଲିସ। ପ୍ରାୟ ବର୍ଷେ ତଳୁ ପ୍ରତିଶୋଧ ଅପେକ୍ଷାରେ ଥିଲା ଅଭିଯୁକ୍ତ ପୁଅ। କାହିଁକି ବାପା ଦେହରେ ହାତ ଦେଲା। ତାର ଜୀବନ ନେଇଯିବି। ଏହିଭଳି ମନ ଭିତରେ ଚିନ୍ତା କରି କରି ଶେଷରେ ଜୀବନ ନେଇଗଲା।

ଏପରି ଏକ ଘଟଣା ଘଟିଛି ଭଞ୍ଜପୁର ଫରେଷ୍ଟ କଲୋନୀରେ। ଗତ ବର୍ଷ ହୋଲି ଦିନ ଅଭିଯୁକ୍ତର ବାପା ଓ ଭଞ୍ଜପୁର ଫରେଷ୍ଟ କଲୋନୀରେ ବ୍ୟବସାୟୀଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଯେଉଁଥିପାଇଁ ବ୍ୟବସାୟୀ ଜଣକ ଅଭିଯୁକ୍ତର ବାପାଙ୍କୁ ମାଡ଼ ମାରିଥିଲେ।

ହେଲେ ଏହି କଥାକୁ ବରଦାସ୍ତ କରିପାରି ନଥିଲା ମାଡ଼ ଖାଇଥିବା ବ୍ୟକ୍ତିଙ୍କ ପୁଅ। ବର୍ଷେ ହେଲା ବାପାଙ୍କ ମାଡ଼ର ପ୍ରତିଶୋଧ ନେବା ପାଇଁ ମୋଉକା ଖୋଜୁଥିଲା। ଆଉ ମୋଇକା ପାଇ ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ବ୍ୟବସାୟୀଙ୍କ ରକ୍ତରେ ହୋଲି ଖେଳିଥିଲା ଅଭିଯୁକ୍ତ।

ଆଉ ହତ୍ୟା କରି ଫେରାର ହୋଇଯାଇଥିଲା। ହେଲେ ଫେରାର ଅଭିଯୁକ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ମୟୁରଭଞ୍ଜ ପୋଲିସ। ଗିରଫ ସହ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ବାପାଙ୍କୁ ମାଡ଼ ମରାଯିବାର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଥିଲା ବୋଲି ପୋଲିସ ସୂଚନା ଦେଇଛି।