fbpx

ସୋନାକ୍ଷୀ-ଇକବାଲଙ୍କ ସୁଇମିଂପୁଲ୍ ରୋମାନ୍ସ: ବିବାହର ୭ ଦିନ ପରେ ଲଭ୍ ବାର୍ଡ୍ସଙ୍କ Honeymoon, ଭାଇରାଲ ହେଉଛି ଫଟୋ

Advertisement

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ନିକଟରେ ଇକବାଲଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ବର୍ତ୍ତମାନ ସୋନାକ୍ଷୀ ଏବଂ ଇକବାଲ ସେମାନଙ୍କ ହନିମୁନ୍ ସମୟ ଏନଜୟ କରୁଛନ୍ତି । ଏନେଇ ସୋନାକ୍ଷୀ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି ।

ଜୁନ୍ ୨୩ରେ ବଲିଉଡର ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳି ସୋନାକ୍ଷୀ ସିହ୍ନା ଦୀର୍ଘ ୭ ବର୍ଷରୁ ଡେଟ୍ କରୁଥିବା ବୟଫ୍ରେଣ୍ଡ୍ ଇକବାଲଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ । ପ୍ରାଥମିକ ସ୍ତରରେ ଉଭୟଙ୍କ ବିବାହକୁ ନେଇ ପରିବାରରେ ଅସନ୍ତୋଷ ଦେଖାଦେଇଥିଲା କିନ୍ତୁ ପରେ ସବୁକିଛି ଠିକ୍ ହୋଇଯାଇଥିଲା । ତେବେ ବିବାହର ଗୋଟିଏ ସପ୍ତାହ ପରେ ସୋନାକ୍ଷୀ ଏବଂ ଇକବାଲ ସେମାନଙ୍କ ହନିମୁନ୍ ସମୟକୁ ଏନଜୟ କରୁଥିବାର ନଜର ଆସିଛନ୍ତି । ଏକ ଫଟୋରେ ଦୁହେଁ ସୁଇମିଂପୁଲରେ ବସି ସୁନ୍ଦର ସନ୍ଧ୍ୟାକୁ ଉପଭୋଗ କରୁଛନ୍ତି । ଅନ୍ୟ ଏକ ଫଟୋରେ ସୋନାକ୍ଷୀ ହାତରେ ଏକ ଜୁସ୍ ଗ୍ଲାସ୍ ଧରି ଇକବାଲଙ୍କ ସହ କେଣ୍ଡିଡ୍ ଫଟୋ ଉଠାଇଛନ୍ତି । ସେହିପରି ସୁଇମିଂପୁଲରେ ଇକବାଲ ସୋନାକ୍ଷୀଙ୍କୁ ବାହୁରେ ଉଠାଇଛନ୍ତି ଯେଉଁଥିରେ ନ୍ୟୁଲି ମ୍ୟାରେଡ୍ କପଲଙ୍କ କେମିଷ୍ଟ୍ରି ଦେଖିବାକୁ ମିଳିଛି । ତେବେ ସୋକ୍ଷୀଙ୍କ ହ୍ୟାପି ମ୍ୟାରେଡ୍ ଲାଇଫକୁ ଦେଖି ଫ୍ୟାନ୍ସମାନେ ବି ଖୁସି ଅଛନ୍ତି ।

 

 

Get real time updates directly on you device, subscribe now.