fbpx

୨ ବର୍ଷ ସାନ ଜହିର ଇକବାଲଙ୍କର ପତ୍ନୀ ହେଲେ ସୋନାକ୍ଷୀ ସିହ୍ନା, ସୋସିଆଲ ମିଡିଆରେ ସେୟାର କଲେ ବିବାହର ପ୍ରଥମ ଫଟୋ

Advertisement

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ରବିବାର ସଂଧ୍ୟାରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଲଙ୍ଗ-ଟାଇମ ବୟଫ୍ରେଣ୍ଡ ଇକବାଲଙ୍କୁ ବିବାହ କରିଛନ୍ତି । ରିପୋର୍ଟ ମୁତାବକ ଆଇନଗତ ଭାବେ ଏମାନେ ବିବାହର ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି ଏବଂ ସେମାନେ ବର୍ତ୍ତମାନ ଅଫିସିଆଲ ଭାବେ ସ୍ୱାମୀ-ସ୍ତ୍ରୀ ହୋଇସାରିଛନ୍ତି । ତେବେ ବର୍ତ୍ତମାନ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲ ବିବାହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରି ନିଜ ସଂପର୍କକୁ ଅଫିସିଆଲ କରିଛନ୍ତି । ଫଟୋରେ ଜହୀର ସୋନାକ୍ଷୀଙ୍କ ହାତକୁ ଚୁମ୍ବନ କରୁଥିବାର ନଜର ଆସିଛନ୍ତି ।

ସୋନାକ୍ଷୀ ବିବାହର ପ୍ରଥମ ଫଟୋ ସେୟାର କରି ଫୋଷ୍ଟ କ୍ୟାପସନରେ ଲେଖିଛନ୍ତି ଯେ, ‘୭ ବର୍ଷ ପୂର୍ବେ ଆଜିର ଦିନରେ ଆମେ ଦୁହେଁ ଆଖିରେ ପ୍ରେମକୁ ସବୁଠାରୁ ଶୁଦ୍ଧ ଭାବେ ଦେଖିଥିଲୁ ଏବଂ ଏହାକୁ ସଫଳ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆଜି ସେହି ପ୍ରେମ ଆମକୁ ସମସ୍ତ ଚ୍ୟାଲେଞ୍ଜ ଏବଂ ବିଜୟ ମାଧ୍ୟମରେ ଗାଇଡ କରିଛି ଏବଂ ଏହି ସମୟ ପର୍ଯ୍ୟନ୍ତ ଆଣିଛି, ଯେଉଁଠାରେ ଆମକୁ ନିଜ ପରିବାର ଏବଂ ଭଗବାନଙ୍କ ଆର୍ଶୀବାଦ ମିଳିଛି । ଆମେ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇସାରିଛୁ । ଏବେଠାରୁ ସବୁଦିନ ପାଇଁ ଜଣେ-ଅନ୍ୟଜଣଙ୍କ ପାଇଁ ପ୍ରେମ, ବିଶ୍ୱାସ ଏବଂ ସବୁ ସୁନ୍ଦର ଜିନିଷ ସେୟାର କରିବୁ ।’ ସୋନାକ୍ଷୀ ଏବଂ ଜହୀର ଦୁହେଁ ଏହି ପୋଷ୍ଟର କମେଣ୍ଟ ସେକ୍ସନକୁ ଲକ କରି ରଖିଛନ୍ତି । ଏଥିପାଇଁ ସେମାନେ ଟ୍ରୋଲିଙ୍ଗରୁ ବଞ୍ଚିପାରିବେ ।

 

View this post on Instagram

 

A post shared by Sonakshi Sinha (@aslisona)

Get real time updates directly on you device, subscribe now.