fbpx
BSKY SKY
BSKY SKY

ହିଜାବ ବିବାଦକୁ ନେଇ ପ୍ରଶ୍ନ କଲେ ସୋନମ କପୁର: କହିଲେ ଯଦି ପଗଡ଼ୀ ପାଇଁ ଚଏସ ତେବେ ହିଜାବ କାହିଁକି ନୁହେଁ?

BSKY

କର୍ଣ୍ଣାଟକରେ ହିଜାବକୁ ନେଇ ଉଠିଥିବା ବିବାଦ ଏବେ ଘନେଇବାରେ ଲାଗିଛି । ଅନେକ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ଆଉ ଏବେ ଏହି ବିବାଦରେ ସୋନମ କପୁର ମଧ୍ୟ ପ୍ରଶ୍ନ କରିଛନ୍ତି । ସେ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟୋ ଶେୟାର କରିଛନ୍ତି । ଫଟୋରେ ଜଣେ ବ୍ୟକ୍ତି ପଗଡ଼ୀ ପିନ୍ଧିଛନ୍ତି ଏବଂ ଅନ୍ୟ ଜଣେ ମହିଳା ହିଜାବ ପିନ୍ଧିଛନ୍ତି । ସୋନମ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଯେ ଯଦି ପଗଡ଼ୀ ଚଏସ ହୋଇପାରିବ ତେବେ ହିଜାବ କାହିଁକି ନୁହେଁ? ଏହା ପୂର୍ବରୁ କଙ୍ଗନା ରଣାୱତ, ଶାବାନା ଆଜମୀ ଏବଂ ଜାବେଦ ଅଖତର ଏହି ମାମଲାରେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି । ଭାରତରେ ହିଜାବ ମାମଲାକୁ ନେଇ ଏବେବି ପରିସ୍ଥିତି ଗମ୍ଭୀର ରହିଛି । ଏହି ପ୍ରସଙ୍ଗରେ ବଲିଉଡ ମଧ୍ୟ ଦୁଇ ଭାଗରେ ଭାଗ ହେବାରେ ଲାଗିଛି । ଏହା ପୂର୍ବରୁ କଙ୍ଗନା ରଣାୱତ ଏହି ପ୍ରସଙ୍ଗରେ ଲେଖିଥିଲେ ଯେ ନିଜେ ସ୍ୱତନ୍ତ୍ର ହେବା ଶିଖ ନା କି ନିଜକୁ ବାନ୍ଧି ରଖିବା ।

କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ଏକ ସରକାରୀ ସ୍କୁଲରୁ ଆରମ୍ଭ ହୋଇଥିଲା ଏହି ବିବାଦ । ଏଠାରେ ୬ ଜଣ ଛାତ୍ରୀ କ୍ଲାସକୁ ହିଜାବ ପିନ୍ଧି ଆସିଥିଲେ । କିନ୍ତୁ ତାଙ୍କୁ ମନା କରାଯାଇଥିଲା ଯାହାକୁ ନେଇ ଏହି ମାମଲା କର୍ଣ୍ଣାଟକରେ ଅନେକ ସ୍ଥଶନରେ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିକ୍ଷୋଭ ଏଭଳି ସ୍ଥିତିରେ ପହଞ୍ଚିଥିଲା ଯେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହାପରେ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ସ୍କୁଲ-କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେବି ଏହି ମାମଲା ଗରମ ରହିଛି । ବିବାଦ ସୁପ୍ରିମ କୋର୍ଟରେ ପହଞ୍ଚିଛି । ଏହି ମାମଲାରେ ଏବେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜର ମତ ରଖୁଛନ୍ତି ।

Get real time updates directly on you device, subscribe now.