fbpx

ସର୍ବସାଧାରଣରେ ନପୁଂସକ କହିବା ଧର୍ତ୍ତବ୍ୟ ଅପରାଧ: ସ୍ତ୍ରୀ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

ନୂଆଦିଲ୍ଳୀ: ସର୍ବସାଧାରଣ ସ୍ଥାନରେ କୌଣସି ପୁରୁଷଙ୍କୁ ନପୁଂସକ କହିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଏହା ସହିତ ସ୍ତ୍ରୀ ହତ୍ୟା ମାମଲାରୁ ସ୍ୱାମୀକୁ ମୁକ୍ତ କରିଛନ୍ତି କୋର୍ଟ । କାମକୁ ଯାଉଥିବା ସମୟରେ ଦିନ ମଜୁରିଆ ଜଣଙ୍କୁ ସ୍ତ୍ରୀ ନୁପଂସକ ବୋଲି କହି ଅପମାନିତ କରିଥିଲେ । ଜଷ୍ଟିସ ସାଧନା ଯାଦବ ଏବଂ ପୃଥ୍ୱୀରାଜ ଚଭନଙ୍କ ଖଣ୍ଡପୀଠ ଅଭିଯୁକ୍ତ ସ୍ୱାମୀ ନନ୍ଦୁ ସୁରଭାସେଙ୍କୁ ଖଲାସ କରିଛନ୍ତି । ୧୨ ବର୍ଷ ଧରି ଜେଲରେ ରହିଥିବା ନନ୍ଦୁଙ୍କୁ ମଧ୍ୟ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି କୌଣସି ପୁରୁଷଙ୍କୁ ସର୍ବସାଧାରଣ ସ୍ଥାନରେ ନପୁଂସକ କହିବା ଭୁଲ ଜିନିଷ । କୌଣସି ବି ପୁରୁଷ ଏହାକୁ ସହ୍ୟ କରି ପାରିବେ ନାହିଁ ।

ଅଭିଯୁକ୍ତ ନନ୍ଦୁ ଏବଂ ଶକୁନ୍ତଳା ୧୬ ବର୍ଷ ଧରି ବିବାହ କରିଥିଲେ । ଉଭୟଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ରହିଥିଲେ । ହତ୍ୟାର ୪ ବର୍ଷ ପୂର୍ବରୁ ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ହତ୍ୟା ଦିନ ଅଗଷ୍ଟ ୨୦୦୯ରେ ନନ୍ଧୁ ସକାଳୁ କାମକୁ ଯାଉଥିବା ବେଳେ ବସ ଷ୍ଟାଣ୍ଡରେ ଶକୁନ୍ତଳା ଭେଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଶକୁନ୍ତଳା ନନ୍ଦୁର କଲର ଧରିବା ସହିତ ସେ ନପୁଂସକ ଏବଂ ସେଥିପାଇଁ ସେ ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛି ବୋଲି କହିଥିଲା ଶକୁନ୍ତଳା ।

ଏପରି ଗାଳି ସର୍ବସାଧାରଣ ସ୍ଥାନରେ ସମ୍ମାନ ହାନି କରିଥିବା ବେଳେ ଉତ୍ୟକ୍ତ ହୋଇ ନନ୍ଦୁ ହତ୍ୟା କରିଥିଲା । ନନ୍ଦୁର ଓକିଲ ଶ୍ରଦ୍ଧା ସାୱନ୍ତ ସମାନ ଯୁକ୍ତି କରିଥିବା ବେଳେ ନନ୍ଦୁ ପ୍ରାୟ ୧୦ ଥର ଚାକୁ ମାରି ହତ୍ୟା କରିଥିବାରୁ କଡା ଦଣ୍ଡାଦେଶ ପାଇଁ ଆବେଦନ କରିଥିଲେ ।

Get real time updates directly on you device, subscribe now.