fbpx

କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରିହେଲା ଏସଓପି, ଏଣିକି MRI ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ୍

ଭୁବନେଶ୍ୱର:ଏଣିକି  MRI ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ୍ । ଏ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସଓପି ଜାରି କରାଯାଇଛି । ଏମଆରଆଇ ଓ ସିଟି ସ୍କାନ ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସକ୍ରିପସନ୍ । ଏଥିରେ ସଂପୃକ୍ତ ଡାକ୍ତରଙ୍କ ଦସ୍ତଖତ ସହିତ ତାରିଖ ରହିବା ଆବଶ୍ୟକ ।

ଏହା ବ୍ୟତିତ ବିନା ଅନୁସନ୍ଧାନରେ ଡାକ୍ତର ଏମଆରଆଇ ଓ ସିଟି ସ୍କାନ ପାଇଁ ଲେଖିପାରିବେନି । ତେବେ ମାଗଣା ଏମଆରଆଇ କରିବାକୁ ଜଣେ ରୋଗୀ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଥବାର ଘଟଣା ସାମ୍ନାକୁ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି ।

Get real time updates directly on you device, subscribe now.