fbpx

ଏଥର ପଦ୍ମ ପୋଖରୀରେ ପାଦ ଦେବେ ସୌମ୍ୟ! ପୁରୁଣା ଦଳ ବିରୋଧରେ ଉଠିବ ସ୍ୱର

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଦଳଡିଆଁ ପର୍ବକୁ ନେଇ ଖୁବ ଚର୍ଚ୍ଚା । ତେବେ ଏହି ଦଳଡିଆଁ ପର୍ବ ବିଜେଡି ପାଇଁ ମହଙ୍ଗା ପଡ଼ିଛି । ଦଳର ବଡ଼ ବଡ଼ ନେତା ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ବିଜେଡି ଏବେ ନୂଆ ଚେହେରାଙ୍କୁ ଭରସା କରିଛି । ବର୍ତ୍ତମାନ ଖବର ଆସୁଛି ସେ ବିଜୁ ଜନତା ଦଳର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।

ବିଜୁ ଜନତା ଦଳର ପୂର୍ବତନ ସଦସ୍ୟ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବିଜେପି ମୁହାଁ ହେଉଥିବା ଆଲୋଚନା ହେଉଛନ୍ତି । କିଛି ଦିନ ତଳେ ବିଜେଡି ସହ ସବୁ ସମ୍ପର୍କ ତୁଟିଯିବା ପରେ ଏଥର ନିର୍ବାଚନ ପୂର୍ବରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ କେଉଁ ଆସନରେ ଦାୟିତ୍ୱ ଦିଅଯିବ ସେ ନେଇ ମଧ୍ୟ ଆଲୋଚନା ହେଉଛି । କୁହାଯାଉଛି ଯେ, ସୌମ୍ୟରଞ୍ଜନ ବିଜେପିରେ ସାମିଲ ହେଲେ ତାଙ୍କୁ ଘସିପୁରା ଆସନରୁ ବିଧାୟକ ପଦରେ ଟିକେଟ ମିଳିପାରେ । ତେବେ ରାଜନୀତି ମାହୋଲରେ ଏନେଇ କୌଣସି ସ୍ପଷ୍ଟ ସୂଚନରା ଏଯାବତ୍ ମିଳିପାରି ନାହିଁ ।

Get real time updates directly on you device, subscribe now.