fbpx

ସନି ଲିଓନି, ଟାଇଗର ଶ୍ରଫଙ୍କ ସହିତ ବଲିଉଡର ବହୁ କଳାକାରଙ୍କୁ ନୋଟିସ ପଠାଇବ ଇଡି, ୨୦୦ କୋଟିର ବିବାହରେ ନାଚି ଗାଇ ଧୁମ୍ ମଚାଇଥିଲେ

Advertisement

ନୂଆଦିଲ୍ଲୀ: ବେଟିଂ ଆପ୍ ମହାଦେବର ପ୍ରମୋଟର ସୌରଭ ଚନ୍ଦ୍ରାକର ମାମଲାରେ କାର୍ଯ୍ୟାନୁଷ୍ଠାନ ବଢି ଚାଲିଛି । ଏବେ କେନ୍ଦ୍ରୀୟ ସଂସ୍ଥା ସେହି ବଲିଉଡ୍ କଳାକାରଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ ସୌରଭ ବିବାହରେ ସାମିଲ ହୋଇଥିଲେ । ଏହି ମାମଲାରେ ଇଡି ବଲିଉଡର କିଛି ତାରକାଙ୍କୁ ନୋଟିସ ପଠାଇବାକୁ ପ୍ରସ୍ତୁତ ହେଉଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ସୌରଭ ନିଜ ବିବାହରେ ୨୦୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

ଏହି ବିବାହ ଚଳିତ ବର୍ଷ ଫେବୃୟାରୀରେ ଦୁବାଇରେ ହୋଇଥିଲା । ଏହି ବିବାହରେ ବହୁ ଫିଲ୍ମ ତାରକା ଓ ଗାୟକ ଭାଗ ନେଇଥିଲେ । ଏବେ ସୌରଭ ବିରୁଦ୍ଧରେ ଯାଞ୍ଚ ଚାଲୁଛି । ଛତିଶଗଡର ଭିଲାଇ ନିବାସୀ ସୌରଭର ୪୧୭ କୋଟି ମୂଲ୍ୟର ସଂପତ୍ତି ଇଡି ଆଟାଚ୍ କରିସାରିଛି । ଏଠାରେ ସୂଚାଇ ଦିଆଯାଇପାରେ ସୌରଭ ନିଜ ସାଙ୍ଗ ରବି ଉପଲ ସହିତ ମିଶି ମହାଦେବ ବୁକିଂ ଆପ୍ ଚଲାଉଥିଲା । ଏହା ଏକ ଅପଲାଇନ୍ ବେଟିଂ ପ୍ଲାଟଫର୍ମ ଯାହା ବିରୁଦ୍ଧରେ ଇଡି ସହିତ ବିଭିନ୍ନ ରାଜ୍ୟର ପୋଲିସ ଯାଞ୍ଚରେ ଲାଗି ପଡିଛନ୍ତି । ଏହାର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି । ୟୁୁଏଇରେ ହିଁ ସୌରଭ ବିବାହ କରିଥିଲା ଯେଉଁଥିରେ ଭାଗ ନେବା ଲାଗି ଫିଲ୍ମ ତାରକାଙ୍କୁ ପ୍ରାଇଭେଟ୍ ଜେଟ୍ ରେ ନିଆଯାଇଥିଲା ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ଏହି ବିବାହରେ ଟାଇଗର ଶ୍ରଫ, ସନି ଲିଓନି, ନେହା କକ୍କର, ଆତିଫ ଅସଲମ, ରାହତ ଫତେହ ଅଲ୍ଲୀ ଖାନ, ଅଲୀ ଅସଗର, ବିଶାଳ ଦଦଲାନୀ, ଭାରତୀ ସଂହ, ଭାଗ୍ୟଶ୍ରୀ, କୃଷ୍ଣା ଅଭିଷେକଙ୍କ ପରି କଳାକାରମାନେ ଯୋଗ ଦେଇଥିଲେ । ଇଡି ପକ୍ଷରୁ ଯୋଗାଡ କରାଯାଇଥିବା ସାକ୍ଷ୍ୟ ଅନୁସାରେ ଇଭେଣ୍ଟ କମ୍ପାନୀକୁ ୧୧୨କୋଟି ଟଙ୍କା ପେମେଣ୍ଟ କରାଯାଇଥିଲା । ଅନ୍ୟପକ୍ଷରେ ହୋଟେଲ ବୁକିଂ ଲାଗି ୪୨ କୋଟି ଟଙ୍କା କ୍ୟାସ୍ ଦିଆଯାଇଥିଲା ।

Get real time updates directly on you device, subscribe now.