fbpx

ପରଲୋକରେ ସାଉଥ ଅଭିନେତା ହରିଶ ପେଙ୍ଗନ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ସାଉଥ ଅଭିନେତା ହରିଶ ପେଙ୍ଗନ ଆଉ ନାହାନ୍ତି । ମାତ୍ର ୪୯ ବର୍ଷ ବୟସରେ ହରିଶଙ୍କ ଆରପାରିକୁ ଚାଲିଯାଇଛନ୍ତି । ଫୁସଫୁସ ଜନିତ ବୀମାରୀରେ ସେ କିଛିଦିନ ଧରି ସଂକ୍ରମିତ ଥିଲେ । ତେଣୁ ଚଳିତ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ପାକସ୍ଥଳୀ ଯନ୍ତ୍ରଣା ହେବାରୁ ତାଙ୍କର କିଛି ମେଡିକାଲ ଟେଷ୍ଟ କରାଯାଇଥିଲା । ମାତ୍ର ଶେଷରେ ସେ କୋଚିର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ହରିଶଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହିତ ତାଙ୍କର ଲିଭର ପ୍ରତିରୋପଣ କରାଇବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ । ଏହାପରେ ହରିଶଙ୍କୁ ଲିଭର ଡୋନେଟ୍ କରିବା ପାଇଁ ତାଙ୍କର ଦୁଇ ଭଉଣୀ ରାଜି ହୋଇଥିଲେ । ମାତ୍ର ହରିଶଙ୍କ ପରିବାର ନିକଟରେ ୩୦ ଲକ୍ଷ ଟଙ୍କା ନ ଥିଲା । ତେଣୁ ହରିଶଙ୍କ ବନ୍ଧୁମାନେ ଅର୍ଥ ଯୋଗାଡ଼ କରିବା ନେଇ ପ୍ରୟାସ କରିଥିଲେ । ତେବେ ଶେଷରେ ହରିଶ ସମସ୍ତଙ୍କୁ ଆରପାରିକୁ ଛାଡ଼ି ଚାଲିଥିଲେ ।

ହରିଶଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ‘ମହେଶିନ୍ତେ ପ୍ରତିକାରମ’, ଶେଫିକିନ୍ତେ ସନ୍ତୋଶାମ’, ‘ହନି ବି ୨.୫’, ‘ଜାନେ ମନ’, ‘ଜୟ ଜୟ ଜୟ ଜୟ ହେ’, ‘ପ୍ରିୟାନ ଓଟ୍ଟାଥିଲାନୁ’, ‘ଜୋ ଆଣ୍ଡ ଜୋ’, ‘ମିନ୍ନାଲ ମୁରଲୀ’ ରହଛି । ମାଲୟାଲମ ଫିଲ୍ମ ଚାର୍ଲସ ଏଣ୍ଟରପ୍ରାଇଜେସରେ ଶେଷ ଥର ପାଇଁ ହରିଶ ପରଦାରେ ଆସିଥିଲେ । ୨୦୧୧ ମସିହାରେ କୁଟ୍ଟି ନାଦୁଭିଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ନୋଟ ଆଉଟ’ ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

Get real time updates directly on you device, subscribe now.