fbpx

ଆତ୍ମହତ୍ୟା କଲେ ସାଉଥ ସୁପରଷ୍ଟାର ବିଜୟଙ୍କ ଝିଅ, ୧୬ ବର୍ଷରେ ନେଲେ ଏଭଳି ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ସାଉଥ ମନୋରଞ୍ଜନ ଜଗତରେ ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଖବର ମୁତାବକ, ସାଉଥର ଲୋକପ୍ରିୟ ଆକ୍ଟର ଏବଂ କମ୍ପୋଜର ବିଜୟ ଏଣ୍ଟନୀଙ୍କ ୧୬ ବର୍ଷୀୟ ଝିଅ ଲାରା ଏଣ୍ଟନୀ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ଦିନ ସକାଳୁ ଏହି ଖବର ଆସିବା ପରେ ସାରା ସାଉଥ ଇଣ୍ଡଷ୍ଟ୍ରୀକୁ ଚକିତ କରିଛି ।

ସୂଚନା ଅନୁଯାୟୀ, ୩ଟା ରାତିରେ ବିଜୟଙ୍କ ଝିଅର ଆତ୍ମହତ୍ୟା ଖବର ଜାଣିବାକୁ ମିଳିଥିଲା । ଯାହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବର ମୁତାବକ, ବିଜୟ ଯେତେବେଳେ ତାଙ୍କ ଝିଅଙ୍କ ରୁମକୁ ଯାଇଥିଲେ ସେଠାରେ ତାଙ୍କ ଝିଅର ଝୁଲନ୍ତା ଅବସ୍ଥା ଦେଖିଥିଲେ । ଏହାପରେ ବିଜୟ ତାଙ୍କ ଷ୍ଟାଫଙ୍କ ସହାୟତାରେ ଝିଅକୁ ହସ୍ପିଟାଲ ନେଇ ଯାଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ଝିଅ କାହିଁକି ଏଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଦୁଃଖଦ ଘଟଣା ଶୁଣିବା ପରେ ବିଜୟଙ୍କ ଘରକୁ ଅନେକ ଲୋକ ଯିବା ଦେଖିବାକୁ ମିଳିଛି । ସେହିପରି ବିଜୟଙ୍କ ଘନିଷ୍ଠ ବନ୍ଧୁମାନେ ଏହି ଦୁଃଖଦ ଖବର ସୋସିଆଲ ପ୍ଲାଟଫର୍ମରେ ସେୟାର କରୁଛନ୍ତି ଏବଂ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।

Vijay Antony, Vijay Antony daughter, Vijay Antony daughter suicide, Laara Vijay Antony, Laara Antony, Laara Antony death, eera antony death, laara natony death, vijay antony daughter death reason, vijay antony daughter details

Get real time updates directly on you device, subscribe now.