fbpx

ଅଲ୍ଲୁ ଅର୍ଜୁନ ନା ଜୁନିୟର ଏନଟିଆର? ସାଉଥରେ କେଉଁ ଆକ୍ଟର ନେଉଛନ୍ତି ସବୁଠୁ ଅଧିକ ଫିସ

ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀଙ୍କ ଫିଲ୍ମ ବର୍ତ୍ତମାନ ସାଉଥ ଭାଷା ବ୍ୟତୀତ ହିନ୍ଦୀରେ ମଧ୍ୟ ରିଲିଜ କରାଯାଉଛି, ଯେଉଁ କାରଣରୁ ତାଙ୍କର ଲୋକପ୍ରିୟତା ରହିଛି। ଆଜିକାଲି ସାଉଥ ଷ୍ଟାର୍ସରେ ସବୁଠାରୁ ଅଧିକ ଫିସ କିଏ ନେଉଛି ଆସନ୍ତୁ ଜାଣିବା।

ସୁପର ଷ୍ଟାର ରଜନୀକାନ୍ତ ସାଉଥ ଇଣ୍ଡିଆନ ସିନେମାର ହାଇଏଷ୍ଟ ପେଡ ଆକ୍ଟର ଅଟନ୍ତି। ତାଙ୍କ ଫିସ ୧୦୦ କୋଟି ପାଖାପାଖି, ହେଲେ ପ୍ରଫିଟ ପ୍ରୋଜେକ୍ଟରେ ଡିପେଣ୍ଡ କରିଥାଏ। ରିପୋର୍ଟସଙ୍କ ମୁତାବକ, ରଜନୀକାନ୍ତ କୌଣସି ମଧ୍ୟ ଫିଲ୍ମରେ କାମ କରିଲେ ୧୫ ରୁ ୨୫ ପ୍ରତିଶତ ପ୍ରଫିଟ ସେ ନିଅନ୍ତି।

ଡିଏନଏ ମୁତାବକ, ସାଉଥର ପପୁଲାର ଆକ୍ଟର ଚିରଞ୍ଜୀବ ଗୋଟିଏ ଫିଲ୍‌ମ ପାଇଁ ୫୦ରୁ ୭୦ କୋଟି ଟଙ୍କା ଫିସ ଚାର୍ଜ କରନ୍ତି। ସେହିପରି ତାଙ୍କ ପୁଅ ରାମ ଚରଣ ୮୦ ରୁ ୧୦୦ କୋଟି ଟଙ୍କା ଫିସ ନିଅନ୍ତି।
ଥାଲାପତି ବିଜୟ ସାଉଥର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ରିପୋର୍ଟ ମୁତାବକ, ବିଜୟ ଫିଲ୍ମର ବଜେଟ ହିସାବରେ ଫିସ ଚାର୍ଜ କରିଥାଆନ୍ତି। କୌଣସି ପିଲ୍ମ କଲେ ସେ ୧୦୦ କୋଟିରୁ କମ ଫିସ ନିଅନ୍ତି ନାହିଁ।

ବିଜୟ ଦେବରକୋଣ୍ଡା ତେଲୁଗୁ ସିନେମା ଆକ୍ଟର ଅଟନ୍ତି, ହେଲେ ସେ ତାମିଲ, କନ୍ନଡ, ମାଲାୟଲମ ଏବଂ ହିନ୍ଦୀ ଭାଷାର ଫିଲ୍ମରେ କାମ କରିଥାଆନ୍ତି। ଡିଏନଏ ର ରିପୋର୍ଟ ମୁତାବକ, ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ଚାର୍ଜ କରନ୍ତି।

ତେଲୁଗୁ ଅଭିନେତା ମହେଶ ବାବୁ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାର ଫିଲ୍ମରେ ମଧ୍ୟ କାମ କରିଛନ୍ତି। ମହେଶ ବାବୁଙ୍କୁ ହିନ୍ଦୀ ଭାଷାର ଦର୍ଶକ ମଧ୍ୟ ଖୁବ ପସନ୍ଦ କରନ୍ତି। ଡିଏନଏ ରିପୋର୍ଟ ମୁତାବକ ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ୮୦ ରୁ ୧୦୦ କୋଟି ଟଙ୍କା ଫିସ ନିଅନ୍ତି।

ତେଲୁଗୁ ଅଭିନେତା ପ୍ରଭାସଙ୍କୁ ହିନ୍ଦୀ ଭାଷାଭାଷୀ ଲୋକେ ବହୁତ ପସନ୍ଦ କରିଥାଆନ୍ତି। ତାଙ୍କ ଫିଲ୍ମ ନର୍ଥରେ ମଧ୍ୟ ବହୁତ ପସନ୍ଦ କରାଯାଇଥାଏ। ଡିଏନଏର ର ରିପୋର୍ଟ ମୁତାବକ, ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ୧୫୦ରୁ ୨୦୦ କୋଟି ଟଙ୍କା ଚାର୍ଜ କରନ୍ତି।

ତାମିଲ ଏବଂ ତେଲୁଗୁ ସିନେମାର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମର ଲୋକଙ୍କୁ ଅପେକ୍ଷା କରିଥାଏ। ଡିଏନଏ ର ରିପୋର୍ଟ ମୁତାବକ, ଅଲ୍ଲୁ ଅର୍ଜୁନ ଏକ ଫିଲ୍ମର ୧୦୦ ରୁ ୧୩୦ କୋଟି ଟଙ୍କା ଚାର୍ଜ କରନ୍ତି।

ଜୁନିୟର ଏନଟିଆର ତେଲୁଗୁ ସିନେମା ଅଭିନେତା ଅଟନ୍ତି। ସେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଫିଲ୍ମ କରିଛନ୍ତି। ତାଙ୍କୁ ତେଲୁଗୁ ସିନେମାର ‘ୟଙ୍ଗ ଟାଇଗର’ ମଧ୍ୟ କୁହାଯାଇଥାଏ। ଏହାର ଅସଲି ନାମ ନନ୍ଦପୁରୀ ତାରକ ରାମା ରାଓ ଅଟେ। ରିପୋର୍ଟ ମୁତାବକ, ଜୁନିୟର ଏନଟିଆର ୧୦୦ ରୁ ୧୫୦ କୋଟି ଟଙ୍କାର ଫିସ ଚାର୍ଜ କରିଥାଆନ୍ତି।

Get real time updates directly on you device, subscribe now.