fbpx

ସାଉଥ୍ ଫିଲ୍ମ ‘Pushpa’ରେ ଧମାଲ୍ ପରେ ଆଲ୍ଲୁ ଅର୍ଜୁନଙ୍କୁ ବଲିଉଡ୍ ଟିକେଟ୍! ଜାଣନ୍ତୁ ଏନେଇ କ’ଣ କହିଲେ ଆକ୍ଟର

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ନିକଟରେ ବକ୍ସ ଅଫିସରେ ଧୁମ୍ ମଚାଇଛି । କେବଳ ସାଉଥ ନୁହେଁ, ହିନ୍ଦୀ ଭାଷୀ ଦର୍ଶକମାନେ ମଧ୍ୟ ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି । ଫଳରେ ଏହି ଫିଲ୍ମଟି ‘ବାହୁବଲୀ’ ଓ ‘କେଜିଏଫ’ ଭଳି ବ୍ଲକବଷ୍ଟର ଫିଲ୍ମ ତାଲିକାରେ ସ୍ଥାନ ପାଇଛି । ତେବେ ଏହି ସଫଳତା ପରେ ଏହି ଷ୍ଟାଇଲିସ୍ ଆକ୍ଟରଙ୍କୁ ବଲିଉଡ୍ ଫିଲ୍ମରେ ଅଭିନୟ କରିବା ନିମନ୍ତେ ଅଫର ମିଳିଥିବା ଚର୍ଚ୍ଚା ହେଉଛି ।

ତେବେ ‘ପୁଷ୍ପା’ର ସଫଳତା ପରେ ଅନେକ ବଲିଉଡ୍ ଫିଲ୍ମମେକର ଆଲ୍ଲୁଙ୍କ ଆଡ଼କୁ ନଜର ପକାଇଲେଣି । ଏନେଇ ସାମ୍ବାଦିକମାନେ ଏହି ଷ୍ଟାରଙ୍କୁ ବଲିଉଡରେ ସୁଯୋଗ ମିଳିଲେ ଅଭିନୟ କରିବେ କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଆଲ୍ଲୁ କହିଥିଲେ- ତାଙ୍କୁ ହିନ୍ଦୀ ଫିଲ୍ମରେ ଅଭିନୟ କରିବା ନେଇ ଅଫର ମିଳିଛି । ମାତ୍ର ଏଥିପାଇଁ ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ସେ ତେଲୁଗୁ ଫିଲ୍ମରେ ଦୁଇ ଦର୍ଶକ ଧରି ସକ୍ରିୟ ରହିଆସିଛନ୍ତି । ତେଣୁ ସେ ଯେତେବେଳେ ହିନ୍ଦି ଫିଲ୍ମ ପାଇଁ ସ୍କ୍ରିପ୍ଟ ବାଛିବେ, ସେତେବେଳେ କୌଣସି ସହ ଅଭିନେତା ଭାବେ ପରଦାରେ ଦେଖାଦେବେ ନାହିଁ । କୌଣସି ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ହିଁ ସେ ନଜରରେ ଆସିବେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବାହୁବଲୀର ହିଟ ପରେ ପ୍ରଭାସ ବଲିଉଡରେ ଏଣ୍ଟ୍ରି କରିଥିଲେ ।

Get real time updates directly on you device, subscribe now.