fbpx
BSKY SKY
BSKY SKY

କେକେଆର ପକ୍ଷରୁ ସାଉଦିଙ୍କ ପଦାର୍ପଣ; ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ

BSKY

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୪୧ ତମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କେକେଆର ୪ର୍ଥ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟୀ ହେଲେ କ୍ୟାପିଟାଲ୍ସ ପଏଣ୍ଟ ଟେବଲର ପ୍ରଥମ ସ୍ଥାନକୁ ଉନ୍ନୀତ ହେବ ତାହା ନୁହେଁ ବରଂ ଆଇପିଏଲ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ଏହି ମ୍ୟାଚ ପାଇଁ ଦିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଥିବା ପୃଥ୍ୱୀ ଶଙ୍କ ସ୍ଥାନରେ ଷ୍ଟିଭେନ ସ୍ମିଥଙ୍କୁ ଦଳରେ ସାମିଲ କରାଯାଇଛି ।
ଅନ୍ୟ ପକ୍ଷରେ କେକେଆର ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି । ଆହତ ଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ସନ୍ଦୀପ ୱାରିୟରଙ୍କୁ ସାମିଲ କରାଯାଇଥିବା ବେଳେ ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ଟିମ ସାଉଦି କେକେଆର ପକ୍ଷରୁ ପଦାର୍ପଣ କରିବାକୁ ଯାଉଛନ୍ତି । ଶିଖର ଧୱନ ଏବଂ ଷ୍ଟିଭ ସ୍ମିଥ ଦିଲ୍ଲୀ ପକ୍ଷରୁ ଇନିଂସ ଓପନ କରିବେ ।

Get real time updates directly on you device, subscribe now.