fbpx

‘ଡିଏଫଓକୁ ଅନ୍ୟତ୍ର ବଦଳି କରାଯାଉ, ବିଦ୍ୟାଭାରତୀକୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନାହିଁ?’ : ଏସିଏଫ୍ ସୌମ୍ୟଙ୍କ ବାପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣାକୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ଘଟଣାରେ ସଂପୃକ୍ତ ଥିବା ଡିଏଫଓକୁ ଅନ୍ୟତ୍ର ବଦଳି କରାଯାଉ ଏବଂ ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେ ଆଜି ଡିଜିପିଙ୍କ ଅଫିସ୍ ର ଦ୍ୱାରସ୍ଥ ହୋଇଥିଲେ ଓ ଏକ ଦାବି ପତ୍ର ଦେଇଥିଲେ । ଏହା ମାଧ୍ୟମରେ ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ସେ ଗୁହାରୀ କରିଛନ୍ତି । ତେବେ ଗଣମାଧ୍ୟମ ସାମନାରେ ଏସବୁ କହିବା ସମୟରେ ସୌମ୍ୟଙ୍କ ବାପା କାନ୍ଦି ପକାଇଥିଲେ । ସେ କହିଥିଲେ ଯେ, ତାଙ୍କ ପୁଅ ପାଇଁ ନ୍ୟାୟ ଦରକାର ।

Get real time updates directly on you device, subscribe now.