fbpx

ରାଜ୍ୟର ୨୪ଟି ଜିଲ୍ଲାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ

Advertisement

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ରାଜ୍ୟର ୨୪ଟି ଜିଲ୍ଲାକୁ ଛୁଇଁଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବରୁ ମୌସୁମୀବାୟୁ କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ରହିଥିଲା । ତେବେ ପାଗ ଅନୁକୂଳ ନ ଥିବାରୁ ମୌସୁମୀ ବିଳମ୍ବରେ ଅଗ୍ରସର ହୋଇଛି ।

ଅନ୍ୟପକ୍ଷରେ ମୌସୁମୀବାୟୁ ଅବଶିଷ୍ଟ ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଖୁବ୍‍ ଶୀଘ୍ର ସକ୍ରିୟ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.