fbpx

ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ: ଭାରତୀୟ ପାଣିପାଗ କେନ୍ଦ୍ର

Advertisement

ନୂଆଦିଲ୍ଲୀ: ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ । ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ ପଶ୍ଚିମ ମୌସୁମୀ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ସ୍ୱାଭାବିକ ହେବ ବୋଲି ଆକଳନ କରାଯାଇଛି ।

ସୂଚନା ଅନୁସାରେ, ଚଳିତବର୍ଷ ମୌସୁମୀ ବର୍ଷା ପରିମାଣ ୯୬ରୁ ୧୦୪% ରହିବ । ଉତ୍ତର ଓ କେନ୍ଦ୍ର ଭାରତରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ । ଉତ୍ତର ପୂର୍ବାଞ୍ଚଳ, ଉତ୍ତର ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳରେ ବି କମ୍ ବର୍ଷା ହୋଇପାରେ ।

ଅନ୍ୟପଟେ ଓଡ଼ିଶାରେ ଆସନ୍ତା ତିନି ଚାରି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Get real time updates directly on you device, subscribe now.