fbpx

ଫ୍ରାନ୍ସକୁ ହରାଇ EURO କପ୍ ୨୦୨୪ ଫାଇନାଲରେ ପହଞ୍ଚିଲା ସ୍ପେନ: ଲାମିନେ ୟାମଲ ହେଲେ ସର୍ବକନିଷ୍ଠ ଗୋଲ ସ୍କୋରର

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ୟୁରୋପୀୟ ଫୁଟବଲ ଆସୋସିଏସନ ୟୁନିୟନ (ଉଫା) ୟୁରୋ କପ୍ ୨୦୨୪ ଟୁର୍ଣ୍ଣାମେଣ୍ଟ ଏହା ମଧ୍ୟରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ବିଳମ୍ବିତ ରାତିରେ ୟୁରୋ କପ୍ ୨୦୨୪ର ପ୍ରଥମ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ ସ୍ପେନ୍ ଓ ଫ୍ରାନ୍ସ । ଏହି ମ୍ୟାଚରେ ଫ୍ରାନ୍ସକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରି ୟୁରୋ ୨୦୨୪ ଫାଇନାଲରେ ପ୍ରବେଶ କରିଛି ସ୍ପେନ । ସ୍ପେନର ଫୁଟବଲ ଖେଳାଳି ଲାମିନେ ୟାମଲ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସର୍ବକନିଷ୍ଠ ଗୋଲ ସ୍କୋରର ମାନ୍ୟତା ହାସଲ କରିଛନ୍ତି ।

୧୬ ବର୍ଷୀୟ ସ୍ପେନ ତାରକା ଲାମିନୋ ୟାମଲ ଗୋଲ ସ୍କୋର କରି ଏକ ଉଫା ୟୁରୋ ଟୁର୍ଣ୍ଣାମେଣ୍ଟର ସର୍ବକନିଷ୍ଠ ଗୋଲ ସ୍କୋରର ହୋଇଛନ୍ତି । ଏହି ମ୍ୟାଚରେ ବିଜୟୀ ହେବା ପରେ ସ୍ପେନ ଫାଇନାଲରେ ପହଞ୍ଚିବା ପରେ ସେ ବହୁତ ଖୁସି ଥିବା ନିଜ ପ୍ରତିକ୍ରିୟାରେ ୟାମଲ କହିଛନ୍ତି । ବିଜୟ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହି ବିଜୟ ଫଳରେ ସ୍ପେନ୍ ୟୁରୋ ୨୦୨୪ର ଫାଇନାଲରେ ଫାଇନାଲରେ ପହଞ୍ଚି ଯାଇଛି । ଇଂଲଣ୍ଡ ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ସ୍ପେନ ଫାଇନାଲରେ ଭେଟିବ । ଆସନ୍ତା ରବିବାର ଦିନ ବର୍ଲିନରେ ଫାଇନାଲ ମୁକାବିଲା ଖେଳାଯିବ ।

ଏହି ସେମି ମୁକାବିଲା ବେଶ୍ ରୋମାଞ୍ଚକର ରହିଥିଲା । ଏହି ମ୍ୟାଚରେ ସ୍ପେନ ମାତ୍ର ୪ ମିନିଟରେ ୨ଟି ଗୋଲ ସ୍କୋର କରି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲା । ଏହା ପୂର୍ବରୁ ଗତ ୨୦୧୨ ୟୁରୋ କପରେ ଇଟାଲୀକୁ ହରାଇ ସ୍ପେନ୍ ଫାଇନାଲରେ ପହଞ୍ଚିଥିଲା । ସ୍ପେନ ପକ୍ଷରୁ ଲାମିନେ ୟାମଲ ଓ ଡେନୀ ଓଲମୋ ଦୁହେଁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ମ୍ୟାଚ ଆରମ୍ଭର ୧୦ ମିନିଟରେ ହିଁ ଫ୍ରାନ୍ସ ଗୋଲ ସ୍କୋର କରି ଆଗୁଆ ରହିଥିଲା । ଫ୍ରାନ୍ସ ପକ୍ଷରୁ କିଲିୟାନ ଏମବାପ୍ପୋଙ୍କ ଏକ ପାସକୁ ରାଣ୍ଡଲ କୋଲୋ ମୁଆନୀ ହେଡର କରି ଗୋଲ କରିଥିଲେ । ମାତ୍ର ୧୫ ମିନିଟ ପରେ ସ୍ପେନ ପ୍ରଥମ ଗୋଲ ସ୍କୋର କରିବା ସହ ତା’ର ୪ ମିନିଟ ପରେ ଆଉ ଏକ ଗୋଲ ଦେଇଥିଲା ।

Get real time updates directly on you device, subscribe now.