fbpx

KGF-୨ ଏବଂ RRRର ସଫଳତାକୁ ନେଇ କହିଲେ ନୱାଜୁଦ୍ଦିନ ସିଦ୍ଦିକି, କହିଲେ ମିଳୁଛି ଆବଶ୍ୟକତାଠାରୁ ଅଧିକ ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକିଙ୍କ ଫିଲ୍ମ ‘ହିରୋପନ୍ତୀ-୨’ ୨୯ ଏପ୍ରିଲରେ ରିଲିଜ ହୋଇଛି । ଫିଲ୍ମକୁ ଆଇଏମଡିବିରେ କେବଳ ୨.୨ ରେଟିଂ ମିଳିଥିବା ବେଳେ ଫିଲ୍ମ ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନ ୬ କୋଟି ୫୦ ଲକ୍ଷ ଟଙ୍କା ରହିଛି । ‘ହିରୋପନ୍ତୀ-୨’ ସହ ରିଲିଜ ହୋଇଥିବା ‘ରନୱେ-୩୪’ ମଧ୍ୟ ଓପନିଂ ଡେରେ କିଛି ଖାସ୍ କରିପାରିନାହିଁ । ଗୋଟିଏ ପଟେ ଯେଉଁଠାରେ ସାଉଥ ଫିଲ୍ମକୁ ରିଲିଜ ଡେରେ ୫୦ କୋଟି ବିଜନେସ କରୁଛନ୍ତି । ସେହିଭଳି ଦ୍ୱିତୀୟ ଦିନରେ ବଲିଉଡକୁ ବକ୍ସ ଅଫିସରୁ କିଛି ଖାସ୍ ରେସପ୍ସ ମିଳିପାରୁନାହିଁ । ଏହାକୁ ନେଇ ଏବେ ନୱାଜୁଦ୍ଦିନ ସିଦ୍ଦିକି ପ୍ରତିକ୍ରିୟା ରଖିଛନ୍ତି ।

ଯେଉଁଭଳି ଭାବରେ ସାଉଥ ଚଳଚ୍ଚିତ୍ର ପ୍ରାଧାନ୍ୟ ବିସ୍ତାର କରୁଛି, ଏହାଦ୍ୱାରା ବକ୍ସ ଅଫିସରେ ବଲିଉଡ ଉପରେ ଅସୁରକ୍ଷିତତା ଅଛି କି? ର ପ୍ରଶ୍ନର ଜବାବରେ ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ ଯେତେବେଳେ ଏକ ବକ୍ସ ଅଫିସରେ ଏକ ଫିଲ୍ମ ଭଲ କରେ, ସେତେବେଳେ ସମସ୍ତେ ଏହାକୁ ଅଧିକ ପ୍ରଶଂସା କରନ୍ତି  । ଯେତେବେଳେକି ତାହା ସେତେ ପ୍ରଶଂସାର ଯୋଗ୍ୟ ନୁହେଁ ।

‘ହିରୋପନ୍ତୀ-୨’ର  ରିଲିଜ୍ ହେବା ପରେ ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ ଯେତେବେଳେ କୌଣସି ଫିଲ୍ମ ଭଲ କରେ ନାହିଁ ସେତେବେଳେ ସମାନ ଘଟଣା ଘଟେ। ଲୋକମାନେ ଏହାକୁ ସମାଲୋଚନା କରିବା ଆରମ୍ଭ କରନ୍ତି ଯେତେବେଳେକି ତାହା ପ୍ରକୃତରେ ସାମାଲୋଚନାର ଯୋଗ୍ୟ ନୁହେଁ । ଅଭିନେତା କହିଛନ୍ତି ଯେ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି ଏବଂ ଯଦି ବଲିଉଡରେ ଏକ ବଲିଉଡ ଫିଲ୍ମ ବଡ ହିଟ୍ ହୋଇଯାଏ ତେବେ ଏହା ବଦଳିଯିବ  ।

ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମ ‘ହିରୋପନ୍ତୀ-୨’ ରେ ଲୈଲା ଚରିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଗୋଟିଏ ପଟେ ବହୁତ ପ୍ରଶଂସା ମିଳୁଛି ଏବଂ ଅନ୍ୟ ପଟେ ତାଙ୍କୁ ମଧ୍ୟ ସମାଲୋଚନା କରାଯାଉଛି। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାରା ସୂତରିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

Get real time updates directly on you device, subscribe now.