Big breaking: ଆସନ୍ତା 31ରେ ହେବନି ସ୍ପେଶାଲ OTET, ସୂଚନା ଜାରି କଲା BSE

OTET ସ୍ଥଗିତ ନେଇ ସୂଚନା ଜାରି କଲା BSE ।

ଭୁବନେଶ୍ବର: ସ୍ପେଶାଲ OTET ପରୀକ୍ଷାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଆସନ୍ତା ୩୧ରେ ହେବାକୁ ଥିବା ପରୀକ୍ଷା ଆଉ ହେବ ନାହିଁ ।

OTET ସ୍ଥଗିତ ନେଇ BSE ପକ୍ଷରୁ ସୂଚନା ଜାରି କରାଯାଇଛି । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଛି ।

ତେବେ ପୁଣିଥରେ କେବେ ଓଟିଇଟି ପରୀକ୍ଷା ହେବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ । ଖୁବ୍‌ ଶୀଘ୍ର OTET ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ପ୍ରକାଶଥାଉକି, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ କରାଯାଇଥିଲା । ପରେ ପୁଣିଥରେ ଅଗଷ୍ଟ 31 ତାରିଖ ନେଇ ଘୋଷଣା କରାଯାଇଥିଲା ।

ଅଗଷ୍ଟ 22ରୁ ୱେବ୍‌ସାଇଟ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ଏବଂ ଆସନ୍ତା 31 ତାରିଖ ସକାଳ 9ଟାରୁ 11ଟା ୩୦ ଯାଏଁ ପେର୍ପ-1 ଓଟିଇଟି ପରୀକ୍ଷା ହେବ ।

ଏହାପରେ ଦିନ 2ଟାରୁ ସାଢେ 4ଟା ଯାଏଁ ପେର୍ପ-୨ ଓଟିଇଟି ପରୀକ୍ଷା ହେବା ନେଇ ଘୋଷଣା କରାଯାଇଥିଲା । ହେଲେ ଆଜି ପୁଣିଥରେ ଏହି ସ୍ପେସାଲ ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।