fbpx
BSKY SKY
BSKY SKY

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

BSKY

ପୁରୀ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ଅର୍ଥାତ୍ କାଲି ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ଯେଉଁଥିପାଇଁ ଏହାର ସୂତକ କାଳ ବି ମାନିବାକୁ ପଡ଼ିବ । ଭାରତୀୟ ସମୟ ଅନୁସାରେ, ୮ ନଭେମ୍ବରରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଭାରତରେ ସନ୍ଧ୍ୟା ୫ଟା ୨୦ ମିନିଟରୁ ସନ୍ଧ୍ୟ ୬ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଏହାର ସୂତକ କାଳ ଲାଗିଯିବ ।

ଅନ୍ୟପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି । ଗ୍ରହଣ ନୀତି ପାଇଁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଆଜି ପହଡ଼ ପରେ ଆସନ୍ତାକାଲି ସକାଳ ୬ଟା ଯାଏଁ ଦର୍ଶନ ବନ୍ଦ ରହିବ । ଆଜି ରାତିରେ ପହଡ଼ ପଡିବା ପରେ କାଲି ସକାଳ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବ । ଚନ୍ଦ୍ରଗ୍ରହଣରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ରାହୁ ଗ୍ରସ୍ତୋଦୟ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ନିମନ୍ତେ ଶ୍ରୀବିଗ୍ରହମାନଙ୍କ ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତ୍ର ପହୁଡ଼ଠାରୁ ଆସନ୍ତାକାଲି ସକାଳ ଘ.୬.୦୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Get real time updates directly on you device, subscribe now.